ନୟାଗଡ଼ ଜିଲ୍ଲା ଦୌରାଜଜ ତଥା ଆଇନସେବା ପ୍ରାଧିକରଣଅଧକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦେଶ କ୍ରମେ ସଚିବ ଅଞ୍ଜଳି ମଛ ଖଣ୍ଡଙ୍କତତ୍ୱାବଧାନ ରେ ଆଜି ସକାଳ 8ଘଟିକା ସମୟ ରେ ନୟାଗଡ଼ ରାମେଶ୍ୱର ସାହି ମଙ୍ଗଳା ମନ୍ଦିର ପରିସର ରେ ବସ୍ତି ବାସିନ୍ଧା ମାନଂକୁ ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଛି, ଜିଲ୍ଲା ଆଇନ ସେବା ପ୍ରାଧିକରଣ ର କର୍ମଚାରୀ ପବନ କୁମାର ବେହେରା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ, ମୁଖ୍ୟ ଅତିଥି ଭାବେ ସଚିବ ଅଞ୍ଜଳି ମଛଖଣ୍ଡ ସ୍ୱାଗତ ଭାଷଣ ଦେଇ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ,

ଏଥିରେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ଅଧି ବକ୍ତା ଜିପି ଦଣ୍ଡପାଣି ସ୍ୱାଇଁ, ଓ ରମେଶ ଚନ୍ଦ୍ର ମହାରଣା, ଯୋଗ ଦେଇ ଆଇନ ସେବା ପ୍ରାଧିକରଣ ଅଧିନିୟମ 1987ର ନିଃଶୁଳ୍କ ଆଇନସେବା ଉପରେ ସଚେତନତା କରାଇ ଥିଲେ, ତତସହିତ ଏଥିରେ କନ ସିଲିଏଟର କ୍ଷଣପ୍ରଭା କର ଓକିଲ କବିତା ମିଶ୍ର, ଓ ସ୍ବେଛାସେବୀ ଅମନମିଶ୍ର ଯୋଗ ଦେଇ ଥିଲେ, ଏଥିରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ କର୍ମଚାରୀ ଗଦାଧରବିଶ୍ବାଳ, ପ୍ରଶାନ୍ତ କୁମାର ସାହୁ, ରାଜେଶ ବାରିକ, ଓ ସମସ୍ତ ପାରା ଲିଗାଲ ସ୍ବେଛାସେବୀ ସହଯୋଗ କରିଥିଲେ
