Skip to content

ଜିଲ୍ଲା ଆଇନ୍‌ ପ୍ରାଧିକରଣ ତରଫ ରୁ ଜାତୀୟ ଭୋଟର ଦିବସ ପାଳିତ

ନୟାଗଡ଼ ଜିଲ୍ଲା ଦୌରାଜଜ୍‌ ତଥା ଆଇନ୍ ସେବା ପ୍ରାଧିକରଣ ଅଧ୍ଯକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ଆଇନ୍‌ ସେବା ପ୍ରାଧିକରଣ ସଚିବ ଅଞ୍ଜଳୀ ମଛଖଣ୍ଡଙ୍କ ତତ୍ବାବଧାନରେ ଜିଲ୍ଲା କୋର୍ଟ ପରିସରରେ ଏବଂ ନୟାଗଡ଼ ଏନ୍‌ଏସି ଉଚ୍ଚ ବିଦ୍ୟାଳୟଠାରେ ଜାତୀୟ ଭୋଟରଦିବସ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣା ନିଜ ବକ୍ତବ୍ୟରେ କହିଥିଲେ ଯେ ୨୦୧୧ ମସିହା ଜାନୁଆରୀ ମାସ ୨୫ ତାରିଖ ଠାରୁ ସାରା ଭାରତବର୍ଷରେ ଜାତୀୟ ଭୋଟର ଦିବସ ପାଳିତ ହୋଇଆସୁଅଛି ।

ଭୋଟ ଦେବା ସମସ୍ତ ସାବାଳକ ନାଗରିକ ମାନଙ୍କର ସାମ୍ବିଧାନିକ ଅଧିକାର । ଏହି ଅଧିକାରରୁ କାହାକୁ ବଂଚିତ କରାଯାଇପାରିବ ନାହିଁ । ଭୋଟମାନଙ୍କୁ ସଚେତନତା କରିବା ଆଜି ଦିନର ତାତ୍ପର୍ଯ୍ୟବୋଲି କହିଥିଲେ । ଅଧ୍ୟକ୍ଷ ବିଚାରପତି ଓ କର୍ମଚାରୀମାନଙ୍କୁ ଏବଂ ସଚିବ ଅଞ୍ଜଳୀ ମଛଖଣ୍ଡ ଏନ୍ଏସି ଉଚ୍ଚବିଦ୍ୟାଳୟ ଠାରେ ଉପସ୍ଥିତ ଜନସାଧାରଣଙ୍କ ମାନଙ୍କୁ ମତଦାତାଙ୍କ ସଂକଳ୍ପ ପାଠ କରାଇଥିଲେ ।”ଆମେ ଭାରତର ନାଗରିକ ବୃନ୍ଦ, ଗଣତନ୍ତ୍ରରେ ନିଜର ପୂର୍ଣ୍ଣ ଆସ୍‌ଥା ରଖି ଏହି ଶପଥ ନେଉଛୁ କି ଆମେ ନିଜ ଦେଶର ଗଣତାନ୍ତ୍ରିକ ପରମ୍ପରାର ମର୍ଯ୍ୟଦା ବଜାୟ ରଖିବୁ ତଥାମୁକ୍ତ, ଅବାଧ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନର ଗରିମାକୁ ଅକ୍ଷୂର୍ଣ୍ଣ ରଖି, ନିର୍ତ୍ତିକ ହୋଇ, ଜାତି,ଧର୍ମ, ବର୍ଣ୍ଣ ,ଗୋଷ୍ଠୀ, ଭାଷା ଅଥବା ଅନ୍ୟ କୌଣସି ପ୍ରଲୋଭନରେ ପ୍ରଭାବିତ ନ ହୋଇ ପ୍ରତ୍ୟେକ ନିର୍ବାଚନ ରେ ନିଜ ମତାଧିକାରର ପ୍ରୟୋଗ କରିବୁ ।”

ଏନ୍ ଏସ୍ ଉଚ୍ଚ ବିଦ୍ୟାଳୟ ଠାରେ ପାଳନ କରାଯାଇ ଥିବା ଜାତୀୟ ଭୋଟର ଦିବସରେ ମୁଖ୍ୟ ଅତିଥିଭାବେ ସଚିବ ଅଞ୍ଜଳୀ ମଛଖଣ୍ଡ, ସୁଶ୍ରିତା ମିଶ୍ର ପ୍ରୋବେସନର ମାଜିଷ୍ଟ୍ରେଟ, ବରିଷ୍ଠ ଅଧିଚକ୍ତା ରମେଶ ଚନ୍ଦ୍ର ମହାରଣା, ପ୍ରଧାନଶିକ୍ଷୟିତ୍ରୀ ରସିତା ଖାନ୍ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରାମୀଣଆଇନ୍‌ ସଚେତନତା କର୍ମୀ ଲିପ୍ସାଦାସ, ଜିନୁ ସାହୁ, ପ୍ରମୋଦ କୁମାର ମହାନ୍ତି , ସୋନାଲି ପଟ୍ଟନାୟକ, ଅକ୍ଷୟ ପ୍ରଧାନ, ମଞ୍ଜୁଲତା ପ୍ରଧାନ ଏବଂ ଆଇନ ସେବା ପ୍ରାଧିକରଣ କର୍ମଚାରୀ ପବନ କୁମାର ବେହେରା, ଗଗନ ବିହାରୀ ନାୟକ, ରାଜେଶ କୁମାର ବାରିକ ପ୍ରମୁଖ ସହଯୋଗ କରିଥିଲେ ।

Ad 1