Skip to content

ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସଡ଼କ ସୁରକ୍ଷା ନେଇ ସଚେତନତା ଶିବିର

ଜିଲ୍ଲା ଦୌରାଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧକ୍ଷ ଆନନ୍ଦ ନାରାୟଣ ମହାରଣା ଙ୍କ ନିର୍ଦେଶ ରେ ସଚିବ ଅଞ୍ଜଳି ମଛଖଣ୍ଡ ଙ୍କ ନେତୃତ୍ୱ ରେ ଡିଆରଡିଏ ନୟାଗଡ଼ ର ସୃଜନ ସମ୍ମିଳନୀ କକ୍ଷ ରେ ଶତାଧିକ ଗ୍ରାମୀଣ ଆଇନ ସଚେତନତା କର୍ମୀ ମାନଂକୁ ନେଇ ସଡ଼କ ସୁରକ୍ଷା ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଛି, ପ୍ରାଧିକରଣ କର୍ମଚାରୀ ପବନ କୁମାର ବେହେରା ସ୍ୱାଗତ ଭାଷଣ ଦେଇ ଥିବା ବେଳେ ଏହି ଶିବିର କୁ ସଚିବ ଅଞ୍ଜଳି ମଛଖଣ୍ଡ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ,

ଆଇନ ରେ ଥିବା ଵିଧି ବ୍ୟବସ୍ଥା ଓ ନିୟମ କାନୁନ ବିଷୟ ରେ ଆଲୋକ ପାତ କରିଥିବା ବେଳେ, ସଂମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୁଶାନ୍ତ କୁମାର ଦାସ, ଏଡିଏମ ରାଜେଶ ଦାସ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାସ ଚନ୍ଦ୍ର ପଣ୍ଡା, ଆରଟିଓ ପ୍ରଶନ କୁମାର ପରିଡା, ପ୍ରବକ୍ତା ଦଣ୍ଡ ପାଣି ସ୍ୱାଇଁ, ରମେଶ ଚନ୍ଦ୍ର ମହାରଣା, ସ୍ବେଛାସେବୀ ଅମନ ମିଶ୍ର, କାମାକ୍ଷା ପ୍ରସାଦ ଦାସ, ବିଏମ ଦୀପକ କୁମାର ଜେନା, ପ୍ରିୟବ୍ରତ ମଲ୍ଲିକ, ଏଡିଏମ ରୋଜିନା ଦାସ, ପ୍ରମୁଖ ନିଜ ନିଜ ର ବକ୍ତବ୍ୟ ପ୍ରଦାନ କରିଥିଲେ, ସକାଳ 9ଘଟିକା ସମୟ ରେ ନୟାଗଡ଼ ମୁଖ୍ୟ ଟ୍ରାଫିକ ଛକ ଠାରେ ଗ୍ରାମୀଣ ଆଇନ ସଚେତନତା କର୍ମୀ ମାନେ ସାଧାରଣ ଜନତା ଙ୍କୁ ସଡ଼କ ସୁରକ୍ଷା ପରିବାର ରକ୍ଷା ବାର୍ତା ଦେଇ ହେଲମେଟ ପିନ୍ଧିଥିବା ବ୍ୟକ୍ତି ଙ୍କୁ ଗୋଲାପ ଫୁଲ, ଓ ବିନା ହେଲମେଟ ଧାରୀ ଙ୍କୁ ସଡ଼କ ସୁରକ୍ଷା ଉପରେ ସଚେତନ କରିବା ସହିତ , ସଡ଼କ ସୁରକ୍ଷା ଉପରେ ଆଧାରିତ କ୍ଷୁଦ୍ର ନାଟକ ପରିବେଷଣ କରି ସଚେତନତା କରିଥିଲେ, ଏହି କାର୍ଯ୍ୟକ୍ରମ ରେ ପ୍ରଫୁଲ କୁମାର ବେହେରା, ମମତା ବେହେରା, ରମେଶ ଚନ୍ଦ୍ର ବେହେରା, ପ୍ରମୋଦ କୁମାର ମହାନ୍ତି, ଲିପ୍ସା ଦାସ, ଜୀନୁ ସାହୁ, ସୋନାଲିକା ପଟ୍ଟନାୟକ, ଶୁଭସ୍ମିତା ମିଶ୍ର, ସନ୍ଧ୍ୟା, ସୁନିତା, କୀର୍ତି, ଈପସିତା, ବିଭୁତି, ରୋଜିନା, ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ କର୍ମଚାରୀ ପ୍ରଶାନ୍ତ କୁମାର ସାହୁ,ରାଜେଶ କୁମାର ବାରିକ, ଗଗନ ବିହାରୀ ବାରିକ ପ୍ରମୁଖ ସହଯୋଗ କରିଥିଲେ,

Ad 1