ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଅସହାୟ ଅବସ୍ଥାରେଜଗନ୍ନାଥ ମନ୍ଦିର ନିକଟରୁ ମହିଳା ଉଦ୍ଧାର।
ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଚ୍ଚଖଣ୍ଡଙ୍କ ନିର୍ଦ୍ଦେଶରେ ଅଧିକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରା ରାତ୍ରି ୯ଘଣ୍ଟା ୩୦ମିନିଟ ସମୟ ରେ ନୟାଗଡ଼ ପୁରୁଣା ସହର ରେ ଅବସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରୁ ଅସହାୟ ଅବସ୍ଥାରେ ଥିବା ମହିଳା ଙ୍କୁ ଉଦ୍ଧାର କରି ୱ।ନ ଷ୍ଟପ ସେଣ୍ଟର ଥଇଥାନ କରିଛନ୍ତି। ପ୍ରକାଶ ଥାଉ କି, ପୁରୁଣା ସହର ର ଜଣେ ସହୃଦୟ ବ୍ୟକ୍ତି ମହିଳା ଜଣକ ଅସହାୟ ଅବସ୍ଥାରେ ବସିଥିବା ର ଦେଖିଥିଲେ। ଏହାପରେ ସେ, ଅଧିକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରା ଙ୍କ ସହିତ ଯୋଗାଯୋଗ କରିଥିଲେ। ଅଧିକାର ମିତ୍ର ଏହି ଘଟଣା ସଚିବ ଅଞ୍ଜଳି ମଚ୍ଚଖଣ୍ଡଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସଚିବ,ତତ୍ କ୍ଷଣାତ ନିଦ୍ଧେର୍ଶ ଦେଲେ ଯେ, ଶିଘ୍ର ଯାଇ ସେହି ଅସହାୟ ମହିଳା ଙ୍କୁ ଉଦ୍ଧାର କରି ଥଇଥାନ କର। ସଚିବ ଙ୍କ ସେହି ତ୍ୱରିତ ପଦକ୍ଷେପ ଯୋଗୁଁ ଅଧିକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରା ଯାଇ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରୁ ରାତ୍ରି ୯ଘଣ୍ଟା୩ମିନିଟ ସମୟରେ ମହିଳା ଙ୍କୁ ଉଦ୍ଧାର କରି ଥିଲେ ନନ୍ଦୀ ଘୋଷ ପୁର ଅଞ୍ଚଳ ର ମହିଳା ଜଣକ ବୋଲି ପରିଚୟ ରୁ ଜଣାପଡିଥିବା ବେଳେ ନୟାଗଡ଼ ମୂଖ୍ୟ ଚିକିତ୍ସାଳୟ ପରିସର ରେ ଅବସ୍ଥିତ ୱ।ନ୍ ଷ୍ଟପ ସେଣ୍ଟର ରେ ରାତ୍ରି ରହିବା ପାଇଁ ଥଇଥାନ କରିଥିଲେ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ରେ ଉପସ୍ଥିତ କରି ସେହି ମହିଳା ଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ସ୍ଥିର କରିଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ଏବଂ ଅଧିକାର ମିତ୍ର ଙ୍କ ଏପରି କାର୍ଯ୍ୟକୁ ବୁଦ୍ଧିଜିବୀ ମାନେ ପ୍ରଶଂସା କରିଛନ୍ତି।