ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ ଦ୍ୱାରା ବନ ମହୋତ୍ସବ ପାଳିତ ପରିବେଶ ଏବଂ ଜଳବାୟୁ

ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ ଦ୍ୱାରା ବନ ମହୋତ୍ସବ ପାଳିତ ପରିବେଶ ଏବଂ ଜଳବାୟୁ ପରିବର୍ତନ ମାନବ ସତ୍ୟତା ପ୍ରତି ଏକ ବଡ଼ ଆହ୍ୱାନ । ବିଶ୍ୱ ତାପନ ମାନବ ସମାଜ ପ୍ରତି ଘାତକ ହେବାକୁ ଯାଉଛି । ବୃକ୍ଷ ରୋପଣ ଏବଂ ସବୁଜାତ -ମାନବ ସମାଜ କୁ ରକ୍ଷା କରିପାରିବ । ଏହି ଆହ୍ୱାନକୁ ନେଇ ନୟାଗଡ଼ ଜିଲ୍ଲା ଓ ଦୌରାଜଜ ତଥା ଅଧ୍ଯକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀ ଆନନ୍ଦ ନାରାୟଣ ମହାରଣା ଙ୍କ ପୃଷ୍ଠ ପୋଷକତାରେ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ , ସଚିବ, ଶ୍ରୀମତୀ ଅଞ୍ଜଳି ମଛଖଣ୍ଡ ଙ୍କ ତତ୍ବାବଧାନରେ ଜିଲ୍ଲା କୋର୍ଟ ପରିସରରେ ବ୍ୟାପକ ବୃକ୍ଷ ରୋପଣ କରାଯାଇଛି । ପରିବାର ଅଦାଲତ ବିଚାରପତି ଶ୍ରୀ ସୁବ୍ରତ କୁମାର ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଶ୍ରୀମତୀ ରିଜା ରାଏ, ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ତଥା ସ୍ଵତନ୍ତ୍ର ପୋସ୍କୋ ବିଚାରପତି ଶ୍ରୀ ମାନସ କୁମାର ପଣ୍ଡା, ରେଜିଷ୍ଟ୍ରାର ଡ଼ଃନିଶାକର ସାହୁ, ଅନ୍ୟାନ୍ୟ ବିଚାର ବିଭାଗୀୟ ଅଧିକାରୀ, ଓକିଲ ସଂଘ ସଭାପତି ଶ୍ରୀ ବୃନ୍ଦାବନ ପଣ୍ଡା, ସମ୍ପାଦକ ଶ୍ରୀ ସ୍ଵଦେଶ ମିଶ୍ର, କର୍ମଚାରୀ, ଜିଲ୍ଲା ଜଙ୍ଗଲ ଓ ପରିବେଶ ଅଧିକାରୀ ଶ୍ରୀମତୀ କ୍ଷ୍ଯାମାନ ଶଡ଼ଙ୍ଗୀ ଓ ବିଭାଗୀୟ ଅଧିକାରୀମାନେ ଏଥିରେ ସହଯୋଗ କରିଥିଲେ । ତତ୍ପରେ ସରକାରୀ ଉଚ୍ଚ ବିଦ୍ୟାଳୟ, ସିନ୍ଦୁରିଆ ପ୍ରାଙ୍ଗଣରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ , ସଚିବ, ଶ୍ରୀମତୀ ଅଞ୍ଜଳି ମଛଖଣ୍ଡ ଙ୍କ ସହିତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତି ରାଜଶ୍ରୀ ପଟ୍ଟନାୟକ, ଛାତ୍ର ଛାତ୍ରୀ, ଶିକ୍ଷକଶିକ୍ଷୟତ୍ରୀ ଓ ଜଙ୍ଗଲ ବିଭାଗୀୟ ଅଧିକାରୀ ମାନେ ବୃକ୍ଷ ରୋପଣ କରିଥିଲେ ।

ସଚିବ ମହୋଦୟା ଛାତ୍ର ଛାତ୍ରୀ ମାନଙ୍କୁ ଆଲୋଚନା ମାଧ୍ୟମରେ ସଚେତନତା କରାଇଥିଲେ । ସହକାରୀ ଶିକ୍ଷକ ଶେଖ ଅବୁଦୁଲ ଖାଳିକ,ସରକାରୀ ଓକିଲ ଶ୍ରୀ ଦଣ୍ଡପାଣି ସ୍ୱାଇଁ, ବରିଷ୍ଠ ଆଇନ ଜୀବି ଶ୍ରୀ ରମେଶ ଚନ୍ଦ୍ର ମହାରଣା, ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ନିମାଇ ଚରଣ ପ୍ରଧାନ, ପ୍ରାଧିକରଣ ସଦସ୍ୟ ମହମ୍ମଦ ଓମାର ମାଲ୍ଲିକ,ସଦସ୍ୟା ଶ୍ରୀମତୀ କ୍ଷଣ ପ୍ରଭା କର ନିଜ ନିଜର ବକ୍ତବ୍ୟ ରଖିଥିଲେ । ଛାତ୍ରୀ ମାନିନୀ ରାଉତ, ପ୍ରତୀକ୍ଷା ପ୍ରିୟଦର୍ଶିନୀ ଓ ମିତାଲି ଲେଙ୍କା ବକ୍ତବ୍ୟ ରଖିଥିଲେ । ସଚିବ ମହୋଦୟା ଶପଥ ପାଠ ମାଧ୍ୟମରେ ବୃକ୍ଷରୋପଣର ପ୍ରତିବଦ୍ଧପ ଦର୍ଶାଇଥିଲେ । ବିଦ୍ୟାଳର ପରିଚାଳନା ପରିଷଦ ସଭାପତି ଶ୍ରୀ ନାରାୟଣ ସାହୁ, ପୁରାତନ ଛାତ୍ର ସଂଘ ସଭାପତି ଶ୍ରୀ ଭଗବାନ ଜେନା, ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ,ପ୍ରାଧିକରଣ କର୍ମଚାରୀ, ଗ୍ରାମୀଣ ସହାୟତା କର୍ମୀବୃକ୍ଷ ରୋପଣ କରିବା ସହିତ ସଚେତନତା ଲଭିଥିଲେ । ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଝୁମୁରି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

You might also like