ଜିଲ୍ଲା କୋର୍ଟ କମ୍ପ୍ଲେକ୍ସ ରେ ୭୬ ତମ ବନ ମହୋତ୍ସବ
୯/୭/୨୦୨୫ ନୟାଗଡ ଜିଲ୍ଲା କୋର୍ଟ କମ୍ପ୍ଲେକ୍ସ ଓକିଲ ସଙ୍ଘ ପାର୍କିଙ୍ଗ ସ୍ଥାନରେ ଆଜି ଜିଲ୍ଲା ଓକିଲ ସଙ୍ଘ, ରୋଟାରୀ କ୍ଲବ ନୟାଗଡ ଏକ୍ସଏଲେନ୍ସୀ ଏବଂ ନୟାଗଡ କେସି କ୍ଲବ ଙ୍କ ମିଳିତ ଆନୁକୂଲ୍ୟରେ ୭୬ ତମ ବନମହୋତ୍ସବ କୁ ଜିଲ୍ଲା ଜଜ ଶ୍ରୀ ଆନନ୍ଦ ଚନ୍ଦ୍ର ମହାରଣା ଆମ୍ରପଲ୍ଲୀ ଆମ୍ବ ଚାରା ରୋପଣ କରି ଉଦଘାଟନ କରିଥିଲେ l ଓକିଲ ସଙ୍ଘ ଉଦ୍ଧିଷ୍ଟ ପାର୍କିଂ ସ୍ଥାନରେ ଆୟୋଜିତ ଏହି ଚାରରୋପଣ କାର୍ଯ୍ୟକ୍ରମରେ ଜିଲ୍ଲାପରିବାରଅଦାଲତଜଜଶ୍ରୀମତୀ ଇନ୍ଦୁଶର୍ମା, ଅତିରିକ୍ତଜିଲ୍ଲାଜଜଶ୍ରୀମତୀରୀଜା ରାୟ, ସ୍ୱତନ୍ତ୍ର ପୋକ୍ସ ଜଜ ଶ୍ରୀମାନସ ପଣ୍ଡା, ରେଜଷ୍ଟ୍ରାର ଶ୍ରୀମତୀ ସୋନାଲି ସରିତା, ଡିଏଲଏସଏ ସଚିବ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡ, ଡ଼ିଏଫଓ ଶ୍ରୀମତୀ କ୍ଷମା ଷଡ଼ଙ୍ଗୀ,

ଏସିଏଫ ଶ୍ରୀ ସତ୍ୟଜିତ କର,ସିଡିଏମଓ ଡ଼ ସୁଶାନ୍ତ କୁମାର ଦାଶ ଙ୍କ ସମେତ ସମସ୍ତ ବିଚାର ବିଭାଗୀୟ ଜଜ, ଜିଲ୍ଲା ଓକିଲ ସଙ୍ଘ ସଭାପତି ଶ୍ରୀ ରଣଜିତ ଦାଶ, ଉପସଭାପତି ସନ୍ତୋଷ କୁମାର ରାଉତରାୟ, ସମ୍ପାଦକ ଶ୍ରୀ ସ୍ବଦେଶ ମିଶ୍ର, ସହ ସମ୍ପାଦକ ଶ୍ରୀ ଆଶୁତୋଷ ସାମନ୍ତରାୟ, କୋଷାଧ୍ୟକ୍ଷ ଶ୍ରୀ ବିଶ୍ୱେଶ ରଞ୍ଜନ ମହାପାତ୍ରଙ୍କ ସମେତ ସଙ୍ଘ କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ବରିଷ୍ଠ ଆଇନଜୀବୀ ଗଣ, ରୋଟାରୀ କ୍ଲବ ଏକ୍ସଏଲେନ୍ସୀ ସଭାପତି ରୋଟାରୀଆନ ପ୍ରମୋଦ ପଟ୍ଟନାୟକ, କେସି କ୍ଲବ ସଭାପତି ଶ୍ରୀ ଭାଗିରଥି ଦାସ, ସମ୍ପାଦକ ଶ୍ରୀ ସଂଗ୍ରାମ ଗୁମାନସିଂ, ଉପସଭାପତି ଶ୍ରୀ ଭବାନୀ ଶଙ୍କର ଦାସ, ନୟାଗଡ ପୌରପାଳିକା ଉପ ନଗର ପାଳ ଶ୍ରୀ ଗୁରୁପ୍ରସାଦ ଜେନା ପ୍ରମୁଖ ବିଭିନ୍ନ ପ୍ରକାର ଫଳ ଗଛ ଚାରା ରୋପଣ କରିଥିଲେ l