ନୟାଗଡ଼ ଜିଲ୍ଲା ପରିଷଦ ସପ୍ତମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଛି, ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଙ୍କ ସଭାପତିତ୍ବ ରେ ସୃଜନ ଗୃହରେ ଉକ୍ତ ଅଧିବେଶନ ଚାଲୁ ରହିଛି, ଆଜିର ଏହି କାର୍ଯ୍ୟକ୍ରମ ରେ କଟକ ସାଂସଦ ଭର୍ତ୍ତୃହରି ମହତାବ, ପୁରୀ ସାଂସଦ ସମ୍ବିତ ପାତ୍ର, କନ୍ଧ ମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ରଣପୁର ବିଧାୟିକା ସୁରମା ପାଢ଼ୀ, ଖଣ୍ଡ ପଡା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ,, ଜିଲାପାଳ ଅକ୍ଷୟସୁନୀଲ ଅଗ୍ରୱାଲ,ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବଦତ ପଣ୍ଡା ଉପସ୍ଥିତ ଥିଲେ,

ବିଭିନ୍ନ ଵିଭାଗ ର ଅଧିକାରୀ ସାମିଲ ହୋଇଥିବା ବେଳେ ବିଭିର୍ନ ପ୍ରସଙ୍ଗ କୁ ନେଇ ଜିଲ୍ଲା ପରିଷଦ ବୈଠକ ରେ ତିନି ସାଂସଦ, ଓ ଚାରି ବିଧାୟକ ଓ ଜିଲ୍ଲା ପରିଷଦ ସଦସ୍ୟଙ୍କ ଉପସ୍ଥିତ ରେ ବୈଠକ ଆଲୋଚନା ହୋଇଥିଲା, ଜିଲ୍ଲା ପରିଷଦ ପକ୍ଷରୁ ଦିବ୍ୟାଙ୍ଗ ଙ୍କୁ ସ୍କୁଟି ପ୍ରଦାନ କରାଯିବା ସହ ଘର ଘର କି ତୀରଙ୍ଗା କାର୍ଯ୍ୟକ୍ରମ ସୃଜନ ଗୃହ ରେ ଅନୁଷ୍ଠିତ ହୋଇଥିଲା,
