ନୟାଗଡ଼ ଜିଲ୍ଲା ମହୋତ୍ସବ ସାଂସ୍କୃତିକ କମିଟି ବୈଠକ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଛି, ଉପ ଜିଲାପାଳ ଶକ୍ତି କାନ୍ତ ରାୟ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ବୈଠକ ରେ ଗତ ବର୍ଷ ମହୋତ୍ସବ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଦେଖା ଦେଇ ଥିବା ସମସ୍ୟା ସମ୍ପର୍କ ରେ ଆଲୋଚନା କରାଯାଇଥିଲା, ମଞ୍ଚ ପରିଚାଳନା ତଥା ସଂଯୋଜନା ରେ ବ୍ୟାପକ ତ୍ରୁଟି କୁ ସୁଧାରିବାକୁ ଆଲୋଚନା କରାଯାଇଥିଲା, ଚଳିତ ବର୍ଷ ସଂଯୋଜନା ଦାୟିତ୍ୱ ପରିଚାଳନା ପାଇଁ ଏକ ନିରୀକ୍ଷଣ କମିଟି ଗଠନ କରିବାକୁ ଉପ ଜିଲ୍ଲା ପାଳ ପ୍ରସ୍ତାବ ଦେଇ ଥିଲେ, ସାମ୍ବାଦିକ ବୈଦ୍ୟଭୂଷଣ ମହାପାତ୍ର, ଅନିଲ କୁମାର ପଣ୍ଡା, ଶ୍ରୀକାନ୍ତ ଖଟେଇ, ରଜତ ପଟ୍ଟନାୟକ, ଏହି ଦାୟିତ୍ୱ କୁ ନିର୍ବାହ କରିବାକୁ ସ୍ଥିର ହୋଇଛି, ବୈଠକ ରେ ଜିଲ୍ଲା ସଂସ୍କୃତି ଅଧିକାରୀ ଟଙ୍କଧର ଭୋଇ ସାଂସ୍କୃତିକ ଦଳ ଗୁଡିକୁ ଚୟନ ସମ୍ପର୍କ ରେ ଆଲୋଚନା କରିଥିଲେ, ପୂର୍ବ ବର୍ଷ ଭଳି ଚଳିତ ବର୍ଷ ପ୍ରତି ବ୍ଳକ ରୁ 2ଟି ଲେଖାଏଁ ଦଳ ମହୋତ୍ସବ ମଞ୍ଚ ରେ କଳା ପ୍ରଦର୍ଶନ କରିବେ, ବୋଲି ସ୍ଥିର ହୋଇଛି, ପ୍ରତି ଦିନ 2ଟି ଲେଖାଏଁ ବ୍ଳକ କୁ ସୁଯୋଗ ମିଳିବ, ଅପରାହ୍ନ 3ଟାରୁ 6ଟା ମଧ୍ୟରେ ସାଂସ୍କୃତିକ ଦଳ ନୃତ୍ୟ ପରିବେଷଣ କରିବେ,
ସେଇ ଭଳି ଭାବେ ସନ୍ଧ୍ୟା ରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପର୍କ ରେ ଆଲୋଚନା କରାଯାଇଥିବା ବେଳେ ପରବର୍ତୀ ପର୍ଯ୍ୟାୟ ରେ ଚୂଡାନ୍ତ ନିଷ୍ପତି ନିଆ ଯିବ, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ମଞ୍ଚ ପରିଚାଳନା ଉପରେ ସୃଷ୍ଟି ହୋଇଥିବା ସମସ୍ୟା କୁ ପ୍ରତିହତ କରିବା ପାଇଁ ପ୍ରସ୍ତାବ ଦେଇ ଥିଲେ,, କମିଟି ସଦସ୍ୟ, ଶରତ ଆଚାର୍ଯ୍ୟ, ରଜତ ଚମ୍ପତରାୟ, ସୌଦାମିନୀ ସ୍ୱାଇଁ, ଉଦିତ ନାରାୟଣ ଦାସ, ବିଶ୍ୱ ଭୁଷଣ ମହାପାତ୍ର, ଙ୍କ ସମେତ ବହୁ ସଦସ୍ୟ ନିଜର ମତ ରଖିଥିଲେ