Skip to content

ଜିଲ୍ଲା ସ୍ତରୀୟ ବାଲ୍ୟ ବିବାହ ପ୍ରତିରୋଧ ପ୍ରକଳ୍ପ ସମ୍ପ୍ରସlରଣ କର୍ମଶାଳା ଅନୁଷ୍ଠିତ

ନୟାଗଡ଼ ଜିଲ୍ଲା ପାଳଙ୍କ ସମ୍ମିଳନୀ କକ୍ଷ ରେ ଏକ ଦିବସୀୟ ବାଲ୍ୟ ବିବାହ ନିରୋଧ ଓ ଏହାର ଆଇନ କାର୍ଯ୍ୟକାରିତା ସମ୍ପର୍କ ରେ ସଭାଅନୁଷ୍ଠିତ ହୋଇଛି, ପ୍ରଥମlର୍ଦ୍ଧରେ ଅତିରିକ୍ତ ଜିଲ୍ଲା ପାଳ ଦିଲ୍ଲୀପ କୁମାର ବଳ ଙ୍କ ଅଧକ୍ଷତା ରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା, ସେଣ୍ଟର ଫର କାଯାଲାଇଜିଙ୍ଗ ଚେଞ୍ଜ (ସି -3)ଏବଂ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ନୟାଗଡ଼ ଙ୍କ ମିଳିତ ଆନୁକୂଲ୍ୟରେ 2024ଓ 2025ବର୍ଷପାଇଁ କାର୍ଯ୍ୟଖସଡା ପ୍ରସ୍ତୁତ କରାଯାଇଥିଲା, ସି -3 ଶାଖାର ରାଜ୍ୟ ମୁଖ୍ୟ ଅଶୋକ କୁମାର ନାୟକ କାର୍ଯ୍ୟକ୍ରମ ବିଷୟ ରେ ସବିଶେଷ ବିବରଣୀ ପାଠ କରିଥିଲେ, ଏବଂ ଧର୍ମାନନ୍ଦ ସୁନ୍ଦରାୟ ତାଙ୍କୁ ସହଯୋଗ କରିଥିଲେ, ତଥା ସି -3ମୁଖ୍ୟlଳୟ ଦିଲ୍ଲୀ ରୁ ଆସିଥିବା ପ୍ରକଳ୍ପ ର ମୁଖ୍ୟ ବନ୍ଦନା ନlୟାର ମହୋଦୟା ଏବଂ କାର୍ଯ୍ୟ କାରୀ ଅଧିକାରୀ ସୁମିତ କାର୍ଯ୍ୟକ୍ରମ ର ରୂପରେଖ ଉପରେ ଆଲୋକ ପାତ କରିଥିଲେ,

ମନ୍ଦିରର ପୂଜକ, ଟ୍ରଷ୍ଟି,ମ୍ୟାନେଜର ଙ୍କ ସଚେତନତା ନିମନ୍ତେ ଏକ ବିବାହ ପଞ୍ଜିକରଣ ରେଜିଷ୍ଟର କୁ ଅତିରିକ୍ତ ଜିଲାପାଳ ଦିଲ୍ଲୀପ କୁମାର ବଳ ଜନ ସାଧାରଣଙ୍କ ହିତ ନିମନ୍ତେ ଉନ୍ମୋଚନ କରିଥିଲେ,ଏହି କାର୍ଯ୍ୟକ୍ରମ ର ଶେଷାର୍ଧ ରେ ରବୀନ୍ଦ୍ର ନାଥ ସାହୁ ଜିଲାପାଳ,ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନୟାଗଡ଼ ରେ ବାଲ୍ୟ ବିବାହ କୁ ସମ୍ପୂର୍ଣ ନିରlକରଣ ନିମନ୍ତେ ଜନ ସା ଧାରଣ ଙ୍କୁ ସହଯୋଗ କାମନାକରିଥିଲେ,,ଓ ବାଲ୍ୟ ବିବାହ ନିରୋଧ ଆଇନ 2006ର ବ୍ୟାପକ ପ୍ରସାର ନିମନ୍ତେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଙ୍କୁ ନିର୍ଦେଶ ଦେଇ ଥିଲେ,ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ସମାଜ ମଙ୍ଗଳଅଧି କାରିଣୀ ଅର୍ଚନା କହଁର,, ଡିଏସପି ସୁଷମା ପ୍ରଧାନ ଅଧକ୍ଷ ଶିଶୁ ମଙ୍ଗଳ କମିଟି, ନୟାଗଡ଼ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର ସାହୁ, ଶିଶୁ ସୁରକ୍ଷା ଅଧିକାରୀ ନୟାଗଡ଼ ସିବିଆନପ୍ରଧାନ, ତଥା ସମସ୍ତ ବ୍ଳକ ର ବିଡ଼ିଓ, ସିଡିପିଓ, ବିଇଓ, ବିପିଏମ, ଏବଂ ଏମ, ଓ (ସିଏଚ ସି )ତଥା ଶିଶୁ ମାନଙ୍କ ସୁରକ୍ଷା ପାଇଁ କାର୍ଯ୍ୟରତ ସ୍ବେଛାସେବୀ ଅନୁଷ୍ଠାନ ର ପ୍ରତିନିଧି ଯୋଗ ଦେଇ ମତ ପୋଷଣ କରିଥିଲେ,

ଜିଲ୍ଲା ସଂଯୋଜକ ସୁବ୍ରତ କୁମାର ବିଷୋୟୀ, ବ୍ଳକ ସଂଯୋଜକ ପ୍ରସନ ବାଗସିଂ, ଶୁଭାଶିଷ ମିଶ୍ର, ସ୍ୱଦୀପ୍ତ ସାହୁ, ନିକି ପ୍ରଧାନ, ସ୍ୱଜନ୍ୟା ନାୟକ, ଓ ସ୍ଵାତିରେଖା ଦାସ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ,ପରିଶେଷରେ ସତ୍ୟ ରଞ୍ଜନ ଦାସ, ଶିଶୁ ସୁରକ୍ଷା ଅଧିକାରୀ ଧନ୍ୟବାଦ ଦେଇ ସଭାପତି ଙ୍କ ଅନୁମତି କ୍ରମେ ସଭା ସାଙ୍ଗ କରିଥିଲେ, ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ

Ad 1