Skip to content

ଜିଲ୍ଲା ସ୍ତରୀୟ ବିଜ୍ଞାନଶିକ୍ଷକ ପ୍ରଶିକ୍ଷଣ ଶିବିର “ଜିଜ୍ଞାସା” ଅନୁଷ୍ଠିତ

ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଏବଂ ମୋ ସ୍କୁଲ ଅଭିଯାନ ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଜିଲ୍ଲା ସ୍ତରୀୟ ଜିଜ୍ଞାସା ପ୍ରଶିକ୍ଷଣ ଶିବିର ନୟାଗଡ଼ ଏନଏ ସି ହାଇସ୍କୁଲ ଠାରେ ଉଦଘାଟିତ ହୋଇ ଯାଇଛି, ଏହି ପ୍ରଶିକ୍ଷଣ ଶିବିର କୁ ଏନଏସି ହାଇସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ରସିଦା ଖାତୁନ ପ୍ରଦୀପ ପ୍ରଜ୍ବଳନ କରି ଵିଧିବଦ୍ଧ ଭାବେ ଉଦ୍ଘାଟନ କରିଥିଲେ, ହାଇସ୍କୁଲ ସ୍ତର ରେ ବିଦ୍ୟାର୍ଥୀ ମାନଙ୍କର ବିଜ୍ଞାନ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି ତଥା ସେମାନଙ୍କ ଜିଜ୍ଞାସା ର ସମାଧାନ ପାଇଁ ଉତ୍ସାହିତ କରିବା ସହିତ ବିଭିର୍ନ ପ୍ରକାରର କାର୍ଯ୍ୟକଳାପ ମାଧ୍ୟମ ରେ ବିଦ୍ୟାର୍ଥୀ ମାନଙ୍କ ସୃଜନଶୀଳତା ଓ ଆଗ୍ରହ ବୃଦ୍ଧି କରିବା ସେମାନଙ୍କୁ ନୂତନ ପ୍ରକଳ୍ପ ପ୍ରସ୍ତୁତି ରେ ସାହାଯ୍ୟ କରିବା,

ବିଜ୍ଞାନ ସମ୍ମତ ତତ୍ୱ ଆଧାରିତ ଚିନ୍ତନ ମାଧ୍ୟମ ରେ ଅନୁସନ୍ଧାନ କରିବାରେ ସହଯୋଗ କରିବା ଦିଗରେ ଶିକ୍ଷକ ମାନେ ତତ୍ପର ହେବା ଆଦି ବିଷୟ ରେ ଶିକ୍ଷକ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା, ଏହି ପ୍ରଶିକ୍ଷଣ ଶିବିର କୁ ଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ ପରିଦର୍ଶନ ରେ ଆସିଥିବା ବେଳେ ରାଜ୍ୟ ସମ୍ଭଳ ପ୍ରଶିକ୍ଷକ ମନୋଜ ଶତପଥି, ଯୋଗ ଦାନ କରି ପ୍ରଶିକ୍ଷଣ କାର୍ଯ୍ୟ ରେ ସହଯୋଗ କରିଥିଲେ, ମାଷ୍ଟର ଟ୍ରେନର ଭାବେ ବରିଷ୍ଠ ବିଜ୍ଞାନ ଶିକ୍ଷକ ପ୍ରଦ୍ୟୁମ୍ନ କୁମାର ନନ୍ଦ, ଏବଂ ଚନ୍ଦ୍ର ଶେଖର ସେନାପତି, ପ୍ରଶିକ୍ଷଣ ଶିବିରକୁ ପରିଚାଳନା କରିବା ସହିତ ଉପସ୍ଥିତ ବିଜ୍ଞାନ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ,ତିନି ଦିନ ଧରି ଅନୁଷ୍ଠିତ ହୋଇଥିବା ଏହିପ୍ରଶିକ୍ଷଣ ଶିବିର ରେ ନୂଆଗାଁ ଓ ନୟାଗଡ଼ ବ୍ଳକ ର 59ଟି ହାଇସ୍କୁଲ ର ବିଜ୍ଞାନ ଶିକ୍ଷକ ମାନେ ଅଂଶ ଗ୍ରହଣ କରିଥିଲେ

Ad 1