ଜୁନ 9ରେ ଡ୍ୟାନ୍ସ ନୟାଗଡ଼ ଡ୍ୟାନ୍ସ ର ଖଣ୍ଡପଡ଼ା ଅଡିସନ
ନୟାଗଡ଼ ଜିଲ୍ଲା ରେ ପ୍ରଥମ ଥର ପାଇଁ ସୃଜନୀକା,ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ପରିଷଦ ନୟାଗଡ଼ ଡ୍ୟାନ୍ସ ନୟାଗଡ଼ ଡ୍ୟାନ୍ସ ନାମରେଗୋଟିଏ ନୃତ୍ୟ ପ୍ରତିଯୋଗିତା ଆୟୋଜନ କରୁଛନ୍ତି, ଖଣ୍ଡ ପଡା ସାମ୍ବାଦିକ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ସୃଜନୀକା ପକ୍ଷରୁ ଅନୁଷ୍ଠିତ ହୋଇଥିଲା, ସଭାପତି ରୂପେ ପ୍ରଧାନୀବୃନ୍ଦାବନ ମହାପାତ୍ର, ଉପସଭାପତି ନୀଳିମା ନନ୍ଦ, ସଚିବ ଡ଼ ନିର୍ମଳ ଚନ୍ଦ୍ର ସୁରଦେଓ ଏବଂ ଟ୍ରଷ୍ଟି ଦେବେନ୍ଦ୍ର ପ୍ରସାଦ ପରମଗୁରୁ, ଏହି ସମ୍ମିଳନୀ ରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ବିଷୟ ରେ ସୂଚନା ପ୍ରଦାନ କରିଥିଲେ,ଏହା ଓଡ଼ଗାଁ ବ୍ଳକ ରୁ ଆରମ୍ଭ ହୋଇ ଆସନ୍ତା ଜୁନ 9ତାରିଖ ରବିବାର ଦିନ ଖଣ୍ଡପଡ଼ା ITI ସଭାଗୃହ ରେ ପ୍ରତଯୋଗୀତା ର ଅଡିସନ କରାଯିବ, ନୟାଗଡ଼ ଜିଲ୍ଲା ର ପ୍ରତ୍ୟକ ବ୍ଳକ ରେ ଏହାର ଅଡିସନ ଶେଷ ହେବା ପରେ ନୟାଗଡ଼ ସଦର ମହକୁମା ରେ ସେମିଫାଇନାଲ ଓ ଫାଇନାଲ ଅନୁଷ୍ଠିତ ହେବ,
ଏହି ପ୍ରତି ଯୋଗିତା ରେ ଅଂଶ ଗ୍ରହଣ କରିବା ପାଇଁ ପ୍ରତିଯୋଗୀ ମାନଙ୍କ ବୟସ 8ବର୍ଷ ରୁ 18ବର୍ଷ ମଧ୍ୟ ରେ ଆବଶ୍ୟକ ଏବଂ ସେମାନେ ସମସ୍ତପ୍ରକାର ନୃତ୍ୟ ପରିବେଷଣ କରି ପାରିବେ, ପ୍ରତିଯୋଗୀ ମାନେ ଜୁନ ମାସ 9ତାରିଖରବିବାର ସକାଳ 9ଘଣ୍ଟା ସମୟ ରେ ଖଣ୍ଡପଡ଼ା ITI ସଭାଗୃହ ରେ ନିଜର ନାମ ପଞ୍ଜିକୃତ କରାଇବେ, ପ୍ରତିଯୋଗୀ ମାନେ ସେମାନଙ୍କ ନାମ, ମୋବାଇଲ (9938309652)ନମ୍ବର ରେ ଯୋଗାଯୋଗ କରି ନିଜର ନାମକୁ ମଧ୍ୟ ପଞ୍ଜିକରଣ କରାଇପାରିବେ,, ପ୍ରତିଯୋଗୀ ମାନେ ସାଙ୍ଗରେ ଜନ୍ମ ତାରିଖ ପ୍ରମାଣ ପତ୍ର ଯଥା ଆଧାରକାର୍ଡ, ଭୋଟର ପରିଚୟ ପତ୍ର, ବିଦ୍ୟାଳୟ ଆଇକାର୍ଡ,ଆଣିବା ଆବଶ୍ୟକ, ଖଣ୍ଡପଡ଼ା IIT ପରିଚାଳକ ପ୍ରଦୀପ କୁମାର ବଳିଆରସିଂ ଆସନ୍ତା 9ତାରିଖ ରେ ଅଡିସନ ର ସମସ୍ତ ଆୟୋଜନ କରିବେ ବୋଲି ପ୍ରତିଶୃତି ଦେଇଥିଲେ,ଶେଷ ରେ ସମାଜ ସେବୀ ଦାମୋଦର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ,