ନୟାଗଡ଼ ପୌରାଞ୍ଚଳର ୧୨ ନଂ ୱାର୍ଡରେ ଗଢି ଉଠିଥିବା ଜୟ ଜଗନ୍ନାଥ ସୋସାଇଟ ପକ୍ଷରୁ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଅଧ୍ୟକ୍ଷ ହରପ୍ରସାଦ ମହାପାତ୍ର ପତାକା ଉତ୍ତୋଳନ କରିଥିଲେ । ସୋସାଇଟର ସମସ୍ତ ସଭ୍ୟମାନେ ଉପସ୍ଥିତ ରହି ଜାତୀୟ ସଙ୍ଗୀତ ଗାନ କରିଥିଲେ । ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ ଆଜିର ଦିନଟି ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ଦିନ ବୋଲି ପ୍ରକାଶ କରିଥିଲେ ।

ସୋସାଇଟର ସଭାପତି ଗୋପାଳ ଚନ୍ଦ୍ର ବିଶ୍ଵାଳ, ଉପ ସଭାପତି ବାଞ୍ଛାନିଧି ମହାରଣା, ସମ୍ପାଦକ ସୁଧାଂଶୁ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନରସିଂହ ସ୍ଵାଇଁ, ସିତାଂଶୁ ଶେଖର ମହାପାତ୍ର, ଚିତରଞ୍ଜନ ମିଶ୍ର, ମନୋଜ କୁମାର ସାହୁ, ପ୍ରକାଶ ଚନ୍ଦ୍ର ସାହୁ, ମଞ୍ଜୁଶାବାଳା ଦେବୀ, ସୁବାଶିନି ଦେବୀ, ସରୋଜ ବାଳା ମହାପାତ୍ର, ରାଜଶ୍ରୀ ପ୍ରିୟମ୍ବଦା, ଜୟନ୍ତି ପଟ୍ଟନାୟକ, କିରଣବାଳା ମିଶ୍ର, ଶକୁନ୍ତଳା ପାତ୍ର, ସଙ୍ଗୀତା ପାତ୍ର ଓ ସମସ୍ତ ସଦସ୍ୟ ବୃନ୍ଦ ଉପସ୍ଥିତ ରହିଥିଲେ ।