ନୟାଗଡ଼ ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ପରିସରରେ କୃଷି ସୂଚନା ପରାମର୍ଶ କେନ୍ଦ୍ର ରଶୁଭ ଉଦଘାଟନ କଲେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ,18ଲକ୍ଷ 70ହଜାର ଟଙ୍କା ବ୍ୟୟ ରେ ଏହି କୃଷି ସୂଚନା ପରାମର୍ଶ କେନ୍ଦ୍ର କୁଉଦଘାଟନ କରାଯାଇଛି, ଏଥି ସହିତ ବହୁ ମୁଖି କୃଷି ଗୋଦାମ ଗୃହ ଏବଂ ଜିଲ୍ଲା ପ୍ରଶିକ୍ଷଣ କେନ୍ଦ୍ର ରଶୁଭ ଭିତି ପ୍ରସ୍ତର ସ୍ଥାପନ କରିଛନ୍ତି ବିଧାୟକ ଡ଼ ସାହୁ,53ଲକ୍ଷ ଟଙ୍କା ବ୍ୟୟ ରେ ଏହି ଗୃହ କାର୍ଯ୍ୟ ସମାପନ ହେବ, ଏଥି ସହିତ କୃଷି ରଥ ର ଉଦ୍ଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି,

ଏହି ରଥ ପ୍ରତ୍ୟକ ଗାଁ ଗଣ୍ଡା ବୁଲି କୃଷକମାନଙ୍କୁ ବିଭିର୍ନ ସଚେତନତା ବାର୍ତ୍ତା ଦେବ, ବିଧାୟକ ଡ଼ ସାହୁ ନିଜେ ଟ୍ରାକ୍ଟର ଚଳାଇଥିବା ଦେଖା ଯାଇଛି,ଏଥି ସହିତ କୃଷି ରଥ କୁ ନିଜେ ଚଲାଇ ଉଦଘାଟନ କରିଥିଲେ,ଏହି କାର୍ଯ୍ୟକ୍ରମ ରେ କୃଷି ଶିଳ୍ପୀ ନିଗମ ଅଧକ୍ଷ ଦେବାଶିଷ ମହାନ୍ତି,ଉପାଧକ୍ଷ ସନ୍ତୋଷ କୁମାର ବେଜ,ସିଡିଓ ହରିଚରଣ ରଥ, ଏଡିଓ ସଞ୍ଜୟ କୁମାର ଦଳେଇ, କୃଷି ବିଭାଗର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସୁଧାଂଶୁ କୁମାର ଦାସ,ନୟାଗଡ଼ ବ୍ଳକ ଉପାଧକ୍ଷl ଲକ୍ଷ୍ମୀ ପ୍ରିୟା ସାହୁ, କାଉନସିଲର ଗୀତାଞ୍ଜଳି ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ, ନୟାଗଡ଼ ରୁ ଜିତୁନ କୁମାର ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ
,