Skip to content

ଠକି ଦେଲା ଶ୍ରୀ ଦୁର୍ଗା କନଷ୍ଟ୍ରକସନ, ନିମ୍ନ ମାନ ର କାମ ଅଭିଯୋଗ, ଦବିଗଲା ରେଳ ଓଭରବ୍ରିଜ ରାସ୍ତା

ନୟାଗଡ଼ ଜିଲ୍ଲା ଟାଉନ ଷ୍ଟେସନ ଠାରୁ ମହୀପୁର ଷ୍ଟେସନ ଅଭିମୁଖେ ଯାଉଥିବା ରେଳ ଲାଇନ ନୟାଗଡ଼ ଖଣ୍ଡପଡା ରାସ୍ତା କୁ ବରପଲ୍ଲୀ ଠାରେ ଅତିକ୍ରମ କରୁଛି, ଏହି ରାସ୍ତା ରେ 7,ବର୍ଷ ହେଲା ଲେବଲ କ୍ରସିଂ ପାଇଁ ଲୋକେ ଦୁର୍ଦଶା ଭୋଗୁ ଥିବା ବେଳେ 5ବର୍ଷ ତଳୁ ଚାଲିଥିବା ଓଭରବ୍ରିଜ କାମ ମାସେ ତଳେ ଶେଷ ହୋଇଛି, ଗତ ଦିଶା ବୈଠକ ରେ ରେଳ ଵିଭାଗ କୁ ତାଗିଦ ପରେ ତରବରିଆ ଭାବେ ଓଭରବ୍ରିଜ କାମ ଶେଷ କରାଯାଇଥିବା ବେଳେ ଏବେ ବଡ଼ ସମସ୍ୟା ସୃଷ୍ଟି ହୋଇଛି, ଓଭର ବ୍ରିଜସଲଗ୍ନ ଉଭୟ ପାର୍ଶ୍ଵ ର ରାସ୍ତା ଅନେକ ସ୍ଥାନ ରେ ଦବି ଯାଇଥିବା ଦେଖିବାକୁ ମିଳିଛି, ମାଟି ପକାଇ ତରବରିଆ ଭାବେ ପିଚୁ ପକା ଯିବା ଦ୍ୱାରା ବର୍ଷା ଆରମ୍ଭ ରୁ ଏହି ରାସ୍ତା ଦବିଯାଇଛି, ଅନେକ ସ୍ଥାନ ରେ ଆଣ୍ଠୁଏ ଲେଖାଏଁ ଖାଲ ସୃଷ୍ଟି ହୋଇଛି, ଓଭର ବ୍ରିଜ କୁ ଲାଗି ସଲଗ୍ନ ସ୍ଥାନ ରେ ରାସ୍ତା ଖାଲ କୁ ଦେଖିଲେ ଗାଡି ଚାଳକ ଭୟଭିତ ହେଉଛି, ଅଘଟଣ ଆଶଙ୍କା ରେ ଏହି ସ୍ଥାନ ରେ ମେଣ୍ଟାଲ ଓ ପଥର ଗୁଣ୍ଡପକାଇ ତାଳି ମାରିବାକୁ ଚେଷ୍ଟା କରାଯାଇଛି,

ନୟାଗଡ଼ ଜିଲ୍ଲା ସଦର ମହାକୁମା ନିକଟବର୍ତ୍ତୀ ସ୍ଥାନ ରେ ନିର୍ମାଣ କରାଯାଇଥିବା ଏହି ଓଭର ବ୍ରିଜ ପାଇଁ ରେଳ ଵିଭାଗ ପକ୍ଷରୁ 16କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା,ଶ୍ରୀ ଦୁର୍ଗା କନଷ୍ଟ୍ରକସନ ଠିକା ସଂସ୍ଥା ଏହାର ନିର୍ମାଣ ଦାୟିତ୍ୱ ନେଇ ଥିଲା,ନିର୍ମାଣ ଅବଧି ଠାରୁ ବହୁ ବିଳମ୍ବ ରେ କାର୍ଯ୍ୟ ଶେଷ ହୋଇଥିବା ବେଳେ ବ୍ରିଜ ନିର୍ମାଣ କୁ ନେଇ ସ୍ଥାନୀୟ ଲୋକ ଙ୍କ ମଧ୍ୟ ରେ ପ୍ରବଳ ଅସନ୍ତୋଷ ରହିଛି,ଏହାର ସଲଗ୍ନ ରାସ୍ତା କୁ ନିମ୍ନମାନର କରାଯାଇଥିବା ବେଳେ ରାସ୍ତା ଦବି ଯିବାକୁ ନେଇ ନୟାଗଡ଼ ବାସୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି,ଏହି କାମ ର ତଦନ୍ତ ଓ ଠିକା ସଂସ୍ଥା ବିରୋଧ ରେ କାର୍ଯ୍ୟନୁଷ୍ଠାନ ପାଇଁ ଦାବି ହେଉଥିବା ଦେଖିବାକୁଓ ଶୁଣିବାକୁ ମିଳିଛି

Ad 1