ଡକ୍ଟର ରାମଚନ୍ଦ୍ର ସାମନ୍ତରାୟ ମହାବିଦ୍ୟାଳୟରେ ଗଣିଆ ଥାନାର ଭାରାପ୍ରାପ୍ତ ଅଧିକାରୀ , ଏ ଏସ ଆଈ ଅଧ୍ୟକ୍ଷ ଙ୍କ ଦ୍ଵାରା ସମ୍ବର୍ଦ୍ଧିତ ।

ନୟାଗଡ଼ ଜିଲ୍ଳା ଗଣିଆ ବ୍ଲକ୍ ଅନ୍ତର୍ଗତ ଡ. ରାମଚନ୍ଦ୍ର ସାମନ୍ତରାୟ ମହାବିଦ୍ୟାଳୟରେ ଏକ ସମ୍ମାନିତ ସଭାର ଆୟୋଜନ କରାଯାଇଥିଲା ।ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ.ମଳୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଉକ୍ତ ସଭାର ଆୟୋଜନ କରାଯାଇଥିଲା। ଗଣିଆ ଥାନାର ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ବିନୟ ରଞ୍ଜନ ପରିଡ଼ା ଓ ଗଣିଆ ଥାନାର ଏ ଏସ ଆଇ ବୀରେନ୍ଦ୍ର କୁମାର ଦେହୁରୀଙ୍କୁ ପ୍ରଥମେ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ସହ ସମ୍ମାନିତ କରାଯାଇଥିଲା।

ଏହି ଦୁଇ ଅଭିଜ୍ଞ ପୋଲିସ୍ ଅଫିସରଙ୍କ ଗଣିଆ ଥାନାରୁ ଅନ୍ୟତ୍ର ଥାନାକୁ ବଦଳି ହୋଇଥିବାରୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ପଣ୍ଡା ଦୁଃଖ ପ୍ରକାଶ କରିବା ସହ ଗଣିଆ ଅଞ୍ଚଳ ପ୍ରତି ଏହି ଦୁଇ ପୋଲିସ୍ ଅଫିସରଙ୍କ ଅତୁଳନୀୟ ଦାନ ଓ ସରଳ, ନିସହାୟ ଲୋକମାନଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ ଦିଗରେ ସେମାନଙ୍କର ଆଭିମୁଖ୍ୟ ଅତୁଳନୀୟ।ପରେ ମହାବିଦ୍ୟାଳୟର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଉମାକାନ୍ତ ବେହେରା ମହୋଦୟ ଭାରପ୍ରାପ୍ତ ପୋଲିସ୍ ଅଧିକାରୀ ଶ୍ରୀ ପରିଡ଼ା ଏବଂ ଏ ଏସ ଆଇ ଶ୍ରୀଯୁକ୍ତ ଦେହୁରୀ ଗଣିଆ ଥାନାରେ ଯୋଗଦେବା ଦିନଠାରୁ କିପରି ଗଣିଆ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରହିଛି ଓ ଗଣିଆ ଅଞ୍ଚଳରେ ଅପରାଧିକ ଘଟଣା ଗୁଡ଼ିକ ହ୍ରାସ ପାଇଛି ,ତାହା ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ ।

ପରେ ଏ ଏସ ଆଇ ଶ୍ରୀଯୁକ୍ତ ଦେହୁରୀ ଛାତ୍ର ଛାତ୍ରୀଙ୍କ ଉଦ୍ଧେଶ୍ୟରେ ତାଙ୍କର ସ୍ନେହ ଓ ସହାନୁଭୂତି ଜ୍ଞାପନ କରିଥିଲେ। ପରେ ମୂଖ୍ୟ ଅତିଥି ଗଣିଆ ଥାନାର ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପରିଡା ପିଲାମାନଙ୍କୁ ଉତ୍ତମ ଭବିଷ୍ୟତ ଗଠନ ଦିଗରେ ମହତ୍ଵପୂର୍ଣ୍ଣ ବାର୍ତ୍ତା ପ୍ରଦାନ କରିବା ସହିତ ମହାବିଦ୍ୟାଳୟର ନାମ ଉଚ୍ଚରେ ରଖିବାକୁ ପରାମର୍ଶ ଦେଇଥିଲେ । ଏଥିରେ ଅନେକ ଛାତ୍ର ଛାତ୍ରୀ ପୋଲିସ୍ ବାହିନୀରେ କାର୍ଯ୍ୟ କରିବାର ଇଚ୍ଛା ପ୍ରକାଶ କରିଥଲେ।

ପରେ ମହାବିଦ୍ୟାଳୟର ବରିଷ୍ଠ କିରାଣୀ ବୈକୁଣ୍ଠ ନାଥ ସାହୁ ମହୋଦୟ , ଶ୍ରୀ ପରିଡ଼ା ଓ ଶ୍ରୀ ଦେହୁରୀ ଙ୍କ ଉଦ୍ଧେଶ୍ୟରେ ମାନପତ୍ର ପଠନ କରିଥିଲେ ଓ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ପଣ୍ଡା ଏବଂ ଉପାଧ୍ୟକ୍ଷ ଶ୍ରୀ ବେହେରା ଗଣିଆ ଥାନାର ଦୁଇ କର୍ତ୍ତବ୍ୟ ନିଷ୍ଠ ପୋଲିସ୍ ଅଫିସରଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥଲେ।ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଜିତେନ୍ ପାଣିଗ୍ରାହୀ ଉକ୍ତ ସଭାକୁ ପରିଚାଳନା କରିଥଲେ।

You might also like