-ଆଜି ଖଣ୍ଡପଡା ନିର୍ବାଚନ ମଣ୍ଡଳୀରେ 11ଘଟିକାସମୟ ରେ ବିଜୁଜନତା ଦଳର ବିଧାୟିକା ପ୍ରାଥୀନି ସାବିତ୍ରୀ ପ୍ରଧାନ ଏବଂ ଭାପୁର ବ୍ଲକର ଉପାଦକ୍ଷ ବେଣୁଧର ପ୍ରଧାନଙ୍କ ନେତୃତ୍ୱରେ ବିଶାଳ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି,ଏହି ଜନ ସମ୍ପର୍କ ପଦଯାତ୍ରାରେ ନୟାଗଡ ବିଧାୟକ ଅରୁଣ ସାହୁ,ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା,ରଣପୁରର ପୂର୍ଵତନ ବିଧାୟକ ସତ୍ୟନାରାୟଣ ପ୍ରଧାନ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଖଣ୍ଡପଡା ବ୍ଲକ ଉପାଧକ୍ଷ ଶିଶିର ସାହୁ , ଅଧକ୍ଷ ଉପମା ବେହେରା,ଖଣ୍ଡପଡା NAC ଉପାଦକ୍ଷ ମିହିର ମିଶ୍ର, 5ନମ୍ୱର ଜୋନର ଜିଲ୍ଲାପରିଷଦ ସଭ୍ୟ ରାମେଶ୍ୱର ଶତପଥୀ,18ନମ୍ବର ଜୋନର ଜିଲ୍ଲାପରିଷଦ ସଭ୍ୟ ଧର୍ମେନ୍ଦ୍ର କୁମାର ଧଳ ଓଡଗାଁ ବ୍ଲକ ଅଧକ୍ଷ ଲୋକନାଥ ସାହୁ, ଉପାଦକ୍ଷ ବିରଜାଲକ୍ଷ୍ମୀ ସାହୁ ସମେତ ଭାପୁର ଏବଂ ଖଣ୍ଡପଡା ବ୍ଲକର ସମସ୍ତ ଜନ ପ୍ରତିନିଧି ଏବଂ ପ୍ରାୟ 10000ରୁ ଉର୍ଦ୍ଧ୍ବଦଳୀୟ କର୍ମକର୍ତ୍ତା,ଶୁଭେଚ୍ଛୁ,ସମର୍ଥକ ଓ ଜନପ୍ରତିନିଧି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
ଏହି କାର୍ଯ୍ୟକ୍ରମରେ ପ୍ରଥମେ ଖଣ୍ଡପଡା ମଧୁବନ ଖେଳ ପଡିଆ ଠାରୁ ପଦଯାତ୍ରାରେ ବାହାରି ଖଣ୍ଡପଡା ବଜାର ପରିକ୍ରମା କରି ପାଖାପାଖି 4କିଲୋମିଟର ପର୍ଯ୍ୟନ୍ତ ପଦଯାତ୍ରାରେ ଯାଇ ଲୋକଙ୍କୁ ମିଛ କହି ସରକାରକୁ ଆସିଥିବା ବିଜେପି ସରକାର କିଭଳି ଭାବେ ଲୋକଙ୍କୁ ଠକୁଛି ସେ ବିଷୟରେ ଲୋକଙ୍କୁ ସଚେତନ କରିଥିଲେ , ପଦଯାତ୍ରାରେ ସାମିଲ ହୋଇଥିବା 3ଗୋଟି ନିର୍ବାଚନ ମଣ୍ଡଳୀର ବିଧାୟକଓ ବିଜୁ ଜନତା ଦଳର କର୍ମକର୍ତ୍ତା ମାନେ ଶାସକ ଦଳ ସରକାର ଙ୍କୁ ମିଛୁଆ ସରକାର କହି ସମା ଲୋଚନ କରିବା ସହିତ ଶାସକ ଦଳ ସରକାରଙ୍କ ବିଫଳତାର କାହାଣୀ କହି ସରକାର ଉପରକୁ ଟାର୍ଗେଟ କରିଥିଲେ ।କାରଣ ଉଜୁଡି ଯାଇଥିବା ଓଡିଶାକୁ ନବୀନ ପଟ୍ଟନାୟକ ସୁନାର ଓଡିଶା ଭାବେ ଗଠନ କରିଛନ୍ତି, ଯାହାଦ୍ୱାରା ଆଜି ଓଡିଶା ଏକ ନମ୍ୱର ସ୍ଥାନରେ ଥିଲା । ଆଜିକାର ସରକାର ଏକ ମିସକଲ ସରକାର ଓ ମିଛୁଆ ସରକାର ବୋଲି ସେ ପ୍ରକାଶ କରିଥିଲେ ।
ନିର୍ବାଚନ ସମୟରେ ମିଛ ପ୍ରତିଶୃତି ଦେଇ ସରକାରକୁ ଆସିଛନ୍ତି । ଭତ୍ତାଠାରୁ ଆରମ୍ଭ କରି ବିଦ୍ୟୁତ, ଓଡିଆ ଅସ୍ମିତା, ସୁଭଦ୍ରା ଯୋଜନା, ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣା, ଦରଦାମ ବୃଦ୍ଧି ଆଦି ସମସ୍ତ କ୍ଷେତ୍ରରେ ଏ ସରକାର ମିଛ କହି ଚାଲିଛନ୍ତି । ମାଙ୍କଡ ହାତରେ ଶାଳଗ୍ରାମ ପରି ଏ ସରକାର ଚାଲିଛି । ଏ ସରକାର ସମସ୍ତ ପ୍ରତିଶୃତି ଭୁଲିଯାଇ କେବଳ ରଙ୍ଗ ବଦଳାଇବା କାମରେ ନ୍ୟସ୍ତ ରହିଛି । ଆଗାମୀ ଦିନରେ ପୁଣି ଥରେ ବିଜୁଜନତା ଦଳ ସରକାର ଗଠନ କରିବ.ଏବଂ ଆଗାମୀ ଦିନରେ ଜନ ସାଧାରଣ ଏହାର ଉଚିତ ଜବାବ ଦେବେ