ଜିଲ୍ଲା ଆଇନ୍ସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଛଖଣ୍ଡଙ୍କ ନିର୍ଦ୍ଦେଶଙ୍କରେ ଅଧିକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରା ଓ ପ୍ରାଧିକରଣ କର୍ମଚାରୀ ପବନ କୁମାର ବେହେରା ନୟାଗଡ଼ ଖେଳପଡ଼ିଆର ମୁଖ୍ୟ ପ୍ରବେଶ ପଥର ପାଚେରୀ କଡ଼ରୁ ହରିପୁର ଗ୍ରାମର ବୃଦ୍ଧା ନୟନୀ ମହାରଣା(୬୨)ଙ୍କୁ ଉଦ୍ଧାର କରି ତ୍ରିନାଥ ଛକଠାରେ ଅବସ୍ଥିତ ଆଶ୍ରୟସ୍ଥଳିରେ ଆଶ୍ରସ୍ଥଳର ମ୍ୟାନେଜର ବର୍ଷାରାଣି ନେପାକ୍ଙ୍କ ହେପାଜତରେ ଛାଡିଛନ୍ତି। ପ୍ରକାଶଥାଉ କି କୌଣସି ସୂତ୍ରରୁ ଖବରପାଇ ସଚିବ, ଅଞ୍ଜଳି ମଛଖଣ୍ଡ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ଅଧିକାର ମିତ୍ର ଏବଂ ପ୍ରାଧିକରଣ କର୍ମଚାରୀ ଦ୍ଵୟଙ୍କୁ ଦାୟିତ୍ଵ ଦେଇଥିଲେ । ଏହାପରେ ଥଇଥାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ବୃଦ୍ଧାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରି ତାଙ୍କୁ ତ୍ରିନାଥଛକ ସ୍ଥିତ ଆଶ୍ରୟସ୍ଥଳିରେ ଥଇଥାନ କରାଯାଇଛି । ଅଧିକାର ମିତ୍ର ଏବଂ ଜିଲ୍ଲା ଆଇନ୍ସେବା
ପ୍ରାଧିକରଣର ଏପରି କାର୍ଯ୍ୟକୁ ଜନସାଧାରଷଣ ପ୍ରଶଂସା କରାଯାଉଛି ।
