Skip to content

ଡ଼ମାଘାଟି ଗ୍ରାମବାସି ଙ୍କ ତରଫରୁ ସ୍ଥାନାନ୍ତରଣ, ଓ କ୍ଷତି ପୂରଣ ସଂପର୍କ ରେ ମହାନଦୀ ବନ୍ୟ ପ୍ରାଣୀ ବନଖଣ୍ଡ ଅଧିକାରୀଙ୍କୁ କାର୍ଯ୍ୟା ଳୟ ରେ ଦାବି ପତ୍ର ପ୍ରଦାନ

ସୂଚନା ଅନୁସାରେ ଡ଼ମାଘାଟି ଗ୍ରାମର ଗ୍ରାମବାସୀଙ୍କ ପକ୍ଷରୁ ଗ୍ରାମବାସୀ ମିଳିତ ହୋଇ ଆଜି 11ଘଟିକା ସମୟ ରେ ସ୍ଥାନାନ୍ତରଣ ଓ କ୍ଷତି ପୂରଣ ସମ୍ପର୍କ ରେ ମହାନଦୀ ବନ୍ୟ ପ୍ରାଣୀ ବନ ଖଣ୍ଡ ଅଧିକାରୀ ଙ୍କୁ କାର୍ଯ୍ୟାଳୟ ରେ ଦାବି ପତ୍ର ପ୍ରଦାନ କରିଛନ୍ତି, ଡମାଘାଟି ଗ୍ରାମର ସମସ୍ତ ବାସିନ୍ଧା ଆଦିବାସୀ ବର୍ଗ ର ହୋଇଥିବା ବେଳେ ଚାଷlଦୀ କାର୍ଯ୍ୟ କରି ପରିବାର ପ୍ରତି ପୋଷଣ କରି ଥାନ୍ତି, ଗ୍ରାମରେ ଶିକ୍ଷା, ସ୍ଵାସ୍ତ୍ୟ, ଗମନାଗମନ ଭଳି କୌଣସି ମୌଳିକ ସୁବିଧା ନଥିବା ବେଳେ ବିଭିର୍ନ ସମୟ ରେ ବିଭିର୍ନ ସମସ୍ୟା ର ସମ୍ମୁଖୀନ ହୋଇ ଥାନ୍ତି,

ସେଠାକାର ପରିବେଶ ବନ୍ୟଜନ୍ତୁ ଙ୍କ ବାସ ସ୍ଥଳୀ ହୋଇ ଥିବାରୁ ଗ୍ରାମବାସୀଙ୍କ ଜନଜୀବନ, ତଥା ପରିବାର ବ୍ୟକ୍ତି ସମୂହ ବନ୍ୟ ଜନ୍ତୁ ର ଆକ୍ରମଣ ର ଶିକାର ହୋଇଥାନ୍ତି, ଏହାକୁ ନେଇ ସେମାନଙ୍କର କ୍ଷୟକ୍ଷତି ହେଉଥିବା ବେଳେ ଆର୍ଥିକ ଭାବରେ କ୍ଷତିଗ୍ରସ୍ତ ହେଉଥିବା ଦେଖାଯାଇଥିବା ବେଳେ ଗ୍ରାମରେ ବସବlସ କରୁଥିବା 30ଗୋଟି ଆଦିବାସୀ ପରିବାର ଅନ୍ୟତ୍ର ଭୟ ରେ ରହୁଥିବା ବେଳେ ସେମାନଙ୍କ ସ୍ଥାନାନ୍ତର ଓ କ୍ଷତି ପୂରଣ ଦାବି ନେଇ ଘରବାରୀ ଓ ଚାଷଜମି ସମେତ ସରକାରୀ ନିୟମ ମୁତାବକ କ୍ଷତି ପୂରଣ ରାଶି ପ୍ରଦାନ କରିବା ପାଇଁ ମହାନଦୀ ବନ୍ୟ ପ୍ରାଣୀ ବନ ଖଣ୍ଡ ଅଧିକାରୀ ଙ୍କୁ ଦାବି ପତ୍ର ପ୍ରଦାନ କରିଥିବା ସୂଚନା ମିଳିଛି

Ad 1