Skip to content

ଡ଼ .ବିପିନ ପଟ୍ଟନାୟକ ନୟାଗଡ଼ କଲେଜର ନୂତନ ଅଧ୍ୟକ୍ଷ

ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ତଥା ବରିଷ୍ଠ ଅଧ୍ୟାପକ ଡ. ବିପିନ କୁମାର ପଟ୍ଟନାୟକ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି । ପୂର୍ବରୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ୱରେ ଥିବା ଅଶ୍ବିନୀ କୁମାର ନାୟକ ଗତକାଲି ଅବସର ଗ୍ରହଣ କରିଥିଲେ।

ମହାବିଦ୍ୟାଳୟ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିବା ଡ. ପଟ୍ଟନାୟକ ଜଣେ ଛାତ୍ର ବତ୍ସଳ ଏବଂ ସୁ ଅଧ୍ୟାପକ ଭାବେ ବେଶ ଜଣାଶୁଣା ଥିବା ବେଳେ ଦାୟିତ୍ୱ ଗ୍ରହଣ କରିବା ପରେ ମହାବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ଦିଗରେ କାର୍ଯ୍ୟ କରିବେ ବୋଲି କହିଛନ୍ତି। ଡ. ପଟ୍ଟନାୟକଙ୍କ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ ପରେ କଲେଜର ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀ ମାନେ ନୂତନ ଅଧ୍ୟକ୍ଷ ଙ୍କୁ ସ୍ବାଗତ ଜଣାଇଛନ୍ତି ।

Ad 1