କଲିକତା ଆର୍ ଜି କର ହସ୍ପିଟାଲ ର କାର୍ଯ୍ୟରତ ମହିଳା ଡାକ୍ତର ମୌମିତା ଦେବନାଥ ଙ୍କ ହତ୍ୟାକାରୀ ଙ୍କୁ ତୁରନ୍ତ ଗିରଫ,ହତ୍ୟା ଘଟଣାର ବିଚାର ବିଭାଗୀୟ ତଦନ୍ତ , ହତ୍ୟାକାରି ଙ୍କୁ ଫାଶୀ ଦେବା ଓ ନାରୀ ସୁରକ୍ଷା ଦାବୀରେ ଆଜି ସନ୍ଧ୍ୟାରେ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି (AIDWA) ଖଣ୍ଡପଡା ବ୍ଲକ ତରଫରୁ କାଣ୍ଟୀଲୋ ବଜାର ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇ ଯାଇଛି ।

ଶତାଧିକ ମହିଳାଙ୍କର ଏକ କ୍ୟାଣ୍ଡଲ ଶୋଭାଯାତ୍ରା କାଣ୍ଟୀଲୋ ବାପୁଜୀ ନଗର ଛକରୁ ବାହାରି ବଜାର ପରିକ୍ରମା କରି ନୀଳ ମାଧଵ ପଶ୍ଚିମ ଦ୍ଵାର ଛକ ଠାରେ ନାରୀ ନେତ୍ରୀ ସନ୍ତୋସିନି ସାହୁ ସଭାପତିତ୍ବରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ନିହତ ଡାକ୍ତରୀ ଛାତ୍ରୀଙ୍କ ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜଣା ଯାଇଥିଲା । ଦୀର୍ଘ ସମୟ ଧରି ମହିଳା ସୁରକ୍ଷା ପାଇଁ ନାରାବାଜି ସହ କ୍ୟାଣ୍ଡଲ୍ ଜାଳି ନିହତ ଡାକ୍ତରୀ ଛାତ୍ରୀଙ୍କ ପାଇଁ ଶୋକ ଶ୍ରଦ୍ଧାଞ୍ଜଳୀ ଜଣା ଯାଇଥିଲା। ସଂଗଠନର ନୟାଗଡ ଜିଲ୍ଳା ସମ୍ପାଦିକା ସଞ୍ଜୁକ୍ତା ସେଠୀ, ଶ୍ରମିକ ନେତା ସୁରେଶ ସ୍ବାଇଁ,କାଳନ୍ଦୀ ନାୟକ , ଜୟଦେବ ସାହୁ, ବାସନ୍ତୀ ବେହେରା, ଶାନ୍ତି ଲତା ସାହୁ , କୁନି ଲତା ବେହେରା, ମଞ୍ଜୁଲତା ବେହେରା,MBK ନିରୁପମା ସାହୁ,Ec ସଭ୍ୟା ପୁଜାରାଣୀ ପାତ୍ର ପ୍ରମ୍ମୁଖ ନେତୃତ୍ବ ନେଇଥିଲେ।