ନୟାଗଡ଼ ଡିଏଫ୍ଓ ଙ୍କ ନୂତନ କ୍ୱାର୍ଟର୍ସ ନିର୍ମାଣ ଓ ପୁରୁଣା କ୍ଵାର୍ଟର୍ସ ମରାମତିରେ ଦୁର୍ନୀତି ହୋଇଥିବା ଅଭିଯୋଗଆସିଛି । ଭାରତ ବିକାଶ ପରିଷଦ ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ଏ ସମ୍ପର୍କରେ ଡାକ ମାଧ୍ୟମରେ ମୁଖ୍ୟ ଶାସନ ସଚିବ, ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ଶାସନ ସଚିବ, ଭିଜିଲାନ୍ସ ନିର୍ଦ୍ଦେଶକ , ମୁଖ୍ୟ ବନ ସଂରକ୍ଷକଙ୍କୁ ଅଭିଯୋଗ ପଠାଇଛନ୍ତି । ପରିଷଦର ଅଭିଯୋଗ ମୁତାବକ, ଆର୍ଟିଆଇ ସୂଚନା ଆଧାରରେ ମିଳିଥିବା ତଥ୍ୟ ମୁତାବକ, ପର୍ବତ କିସମ -୨ରେ ଡିଏଫ୍ଓ ଙ୍କ ନୂତନ କ୍ଵାର୍ଟର୍ସ ନିର୍ମାଣ କରାଯାଇ ନିୟମକୁ ଦଳିମକଚି ଦିଆଯାଇଛି ।ଅନ୍ୟପକ୍ଷରେ , ପୁରୁଣା କ୍ବାର୍ଟର୍ସ ପୂର୍ତ୍ତ ବିଭାଗ ଅସୁରକ୍ଷିତ ଘୋଷଣା କରିବା ପରେ ମଧ୍ୟ ଏଥିରେ ଅର୍ଥ ଖର୍ଚ୍ଚ କରାଯାଇଛି । ପୁରୁଣା ଡିଏଫ ଓ କ୍ୱାର୍ଟର୍ସରେ ୨୦୧୯ରୁ୨୦୨୨ ମଧ୍ୟରେ ୧୧ ଲକ୍ଷ ଟଙ୍କା କିଭଳି ଖର୍ଚ୍ଚହେଲା ବୋଲି ପରିଷଦ ପ୍ରଶ୍ନ ଉଠାଇଛି। ଯଦି ନୂତନ ଡିଏଫ୍ଓ କୋଠା ନିର୍ମାଣ କରାଯିବାର ଥିଲା, ପୁରୁଣା କୋଠାରେ କାହିଁକି ଟଙ୍କା ଖର୍ଚ୍ଚ କରାଗଲା ।
ନୂତନ କୋଠା ନିର୍ମାଣ ସମେତ ପୁରୁଣା କୋଠା ମରାମତି ସମୁଦାୟ ୬୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବାବେଳେ, ଟେଣ୍ଡରରେ ବନବିଭାଗ ଏହାକୁ କିଭଳି ତିଆରି କଲା ବୋଲି ପରିଷଦପ୍ରଶ୍ନ ଉଠାଇଛି । ଗଣମାଧ୍ଯମରେ ଖବର ପ୍ରକାଶ ପରେ ଘଟଣାରେ ତଦନ୍ତ ନ କରି ଚାପି ଦିଆଯାଇଥିବା ପରିଷଦ ଅଭିଯୋଗ କରିଛି । ଡିଏଫଓଙ୍କ ବଦଳି କରାଯାଇଛି ଏହି ଘଟଣାର ତଦନ୍ତ କରିବାକୁ ପରିଷଦ ଫେରାଦ ହୋଇଛି । ଏଥି ସହିତ ଖଣ୍ଡପଡ଼ା ବନାଞ୍ଚଳରେ ଚାରା ରୋପଣରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଭକ୍ତ ବନାଞ୍ଚଳ ରେ ତଦନ୍ତ ଦାବିକରିଛି ପରିଷଦ ।