ତ୍ରିକୂଟ ମହାବୀର ପୀଠ ରେ ତିନିଦିନ ଧରି ଚାଲିଥିବା ହନୁମାନ ଯଂଜ୍ଞ ଆଜି ପୂର୍ଣ୍ଣାହୁତି ହୋଇଛି, ନୟାଗଡ଼ ସହର ର ଯଯାଙ୍ଗି ସାହି ରେ ପୂଜା ପାଉଥିବା ତ୍ରିକୂଟ ମହାବୀର ପୀଠ ରେ ବ୍ରାହ୍ମଣ ସମାଜ ପକ୍ଷରୁ ଗତ 22ବର୍ଷ ହେଲା ଶାନ୍ତି ପ୍ରତିଷ୍ଠା ଓ ସମାଜ ର ମଙ୍ଗଳ ପାଇଁମକର ସଂକ୍ରାନ୍ତି ରେ ପ୍ରତ୍ୟକ ବର୍ଷ ଏହି ଯଂଜ୍ଞ ର ଆୟୋଜନ କରାଯାଇଥାଏ,ଅଙ୍କୁରାପଣ,ଜଳଯାତ୍ରା ହୋମ ଯଂଜ୍ଞ କରାଯାଇ ଆଜି ସନ୍ଧ୍ୟା ରେ ପୂର୍ଣ୍ଣାହୁତି ହୋଇଛିଯଂଜ୍ଞ ରେ ଆଖ ପାଖ ର ଶହଶହ ଭକ୍ତ ଯୋଗ ଦେଇ ଠାକୁରଙ୍କ ଆଶ୍ରିବାଦ ପ୍ରାପ୍ତିଲାଭ କରିଛନ୍ତି, ସନ୍ଧ୍ୟା ପୂର୍ଣ୍ଣାହୁତିରେ ସ୍ଥାନୀୟ ବିଧାୟକ ଡ଼ ଅରୁଣ କୁମାର ସାହୁ ଯଂଜ୍ଞ ସ୍ଥଳରେ ଉପସ୍ଥିତ ହୋଇ ଠାକୁର କୃପା କାମନା କରିଥିଲେ, ନିଉ ଟାଉନ ବ୍ରାହ୍ମଣ ସମାଜ ସଭାପତି ଭଗବାନ ଆଚାର୍ଯ୍ୟ, ସଦସ୍ୟ ନିଶାମଣି ମିଶ୍ର, ପ୍ରଭାତ କୁମାର ଷଡ଼ଙ୍ଗୀ, ପ୍ରମୋଦ ନନ୍ଦ, ଙ୍କ ସମେତ ସମାଜ ର ଶତାଧିକ ସଦସ୍ୟ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ, ଏହି ଅବସର ରେ ସନ୍ଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା