Skip to content

ତ୍ରିରଙ୍ଗା ଶୋଭା ଯାତ୍ରା ଅନୁଷ୍ଠିତ

ନୟାଗଡ଼ ସମସ୍ତ ଜନ ସାଧାରଣ ଙ୍କ ଭାବନା ରେ ଜାତୀୟତା ବୋଧ ର ଜାଗରଣ କରିବା ସହିତ ଏକତା ଓ ଦେଶ ଭକ୍ତି ରେ ଅନୁପ୍ରାଣୀତ କରିବା ଉଦେଶ୍ୟ ରେ ଚଳିତ ଅଗଷ୍ଟ9ତାରିଖ ରୁ 15ତାରିଖ ପର୍ଯ୍ୟନ୍ତ ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଘରେ ଘରେ ତ୍ରିରଙ୍ଗା ଅଭିଯାନ ପରିପ୍ରେକ୍ଷୀ ରେ ଆଜି ସକାଳ 7ଘଟିକା ସମୟ ରେ ନୟାଗଡ଼ ବିଭିର୍ନ ବିଦ୍ୟାଳୟ, ଓ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ, ବରିଷ୍ଠ ନାଗରିକ, ଭାରତ ବିକାଶ ପରିଷଦ ର ସଭ୍ୟ, ଗଣ ମାଧ୍ୟମ ପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠି ର ସଦସ୍ୟ ମାନଙ୍କୁ ନେଇ ତ୍ରିରଙ୍ଗା ଯାତ୍ରା ନୟାଗଡ଼ ଜିଲ୍ଲା ପାଳଙ୍କ କାର୍ଯ୍ୟା ଳୟ ରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ତ୍ରିରଙ୍ଗା ଶୋଭା ଯାତ୍ରା ଅନୁଷ୍ଠିତ ହୋଇଛି, ଏହି ଅବସର ରେ ଜିଲାପରିଷଦ ଅଧକ୍ଷ, ଦେବାଶିଷ ପଟ୍ଟନାୟକ,, ଉପଜିଲ୍ଲାପାଳ କର୍ଣ ଦେବ ସମାଦାର, ଅତିରିକ୍ତ ଜିଲାପାଳ ଦିଲ୍ଲୀପ କୁମାର ବଳ,, ରୋଜିନା ଦାସ,, ତଥା ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ, ଵିଭାଗ ର ଅଧିକାରୀ ଯୋଗ ଦେଇତ୍ରିରଙ୍ଗା ଶୋଭା ଯାତ୍ରା ରେ ଉପସ୍ଥିତ ଥିବା ବେଳେ, ଲୋକ ସୂଚନା ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ଉପସ୍ଥିତ ଥିଲେ,

ଗ୍ରାମାଞ୍ଚଳ ର ପ୍ରତ୍ୟକ ପରିବାରକୁ ପଞ୍ଚାୟତ ସମିତି ମାଧ୍ୟମ ରେ ଏବଂ ସହରାଞ୍ଚଳ ର ପ୍ରତ୍ୟକ ପରିବାରକୁ ଏନ. ଏସି ଓ ପୌର ପାଳିକା ମାଧ୍ୟମ ରେ ତ୍ରିରଙ୍ଗା ପତାକା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି,, ପରିବାର ସଦସ୍ୟ ମାନେ ପତାକା ସହିତ ସେଲ୍ଫି ନେଇ ସୋସିଆଲ ମେଡ଼ିଆ ରେ ଅପଲୋଡ଼ କରିବା ପାଇଁ ଅନୁରୋଧ କରାଯାଇଛି, ଏଥି ସହିତ ଅଗଷ୍ଟ 15ତାରିଖ ଦିନ ଆନୁଷ୍ଠାନିକ ପ୍ୟାରେଡ ପରେ ନୟାଗଡ଼ ସ୍ୱଧିନତା ସଂଗ୍ରାମୀ ଓ ଜାତୀୟ ପୁରସ୍କାର ପ୍ରାପ୍ତ ବ୍ୟକ୍ତି ବିଶେଷ ଙ୍କୁ ସଂମ୍ମାନିତ କରାଯିବ,, ସମସ୍ତ ଜନ ସାଧାରଣ ଙ୍କୁ ଏହି ଜାତୀୟ କାର୍ଯ୍ୟକ୍ରମ ରେ ଭାଗ ନେଇ ସହଯୋଗ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି

Ad 1