ନୟାଗଡ଼ ଆରାଧ୍ୟା ଦେବୀ ମା ଦକ୍ଷିଣ କାଳୀ ଙ୍କ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ରତ୍ନ ମୁଦ ଅନୁଷ୍ଠିତ ହୋଇଛି, ପ୍ରସ୍ତୁତିତଥା ଵିଧି ଅନୁଯାୟୀ,ବନ ଯୋଗ ବିଧାନ, ପୂଜା ଅର୍ଚନା ଯଂଜ୍ଞ ସହିତ ରତ୍ନ ମୁଦ କାର୍ଯ୍ୟକ୍ରମ କରାଯାଇଛି, ବହୁ ଭକ୍ତ ଆସି ଧାନ ଟଙ୍କା ସୁନା ରୁପା ଆଦି ରତ୍ନମୁଦ ପାଇଁ ଦାନ କରିଛନ୍ତି,

ଵିଧି ଅନୁଯାୟୀ ଯଂଜ୍ଞ ଓ ହୋମ କରାଯାଇଥିବା ବେଳେ ମନ୍ଦିରପରିଚାଳନା କମିଟି ର ସଭାପତି କିସାନ ଦାସ ଓ ତାଙ୍କ ଧର୍ମ ପତ୍ନୀ ହୋମ ଯଂଜ୍ଞ ରେ ପୁରୋଧା ସାଜିଥିଲେ, ଏହି ଅବସରରେ ବହୁ ସଂଖ୍ୟା ରେ ଭକ୍ତ ସାମିଲ ହୋଇ ପ୍ରସାଦ ସେବନ କରିଥିଲେ, ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ପୌର ପରିଷଦ ଅଧକ୍ଷା ନିରୁପମା ଖଟେଇ ଜିଲାପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ,ଭକ୍ତ ଙ୍କ ସମାଗମ ହୋଇଥିବା ବେଳେ, ସୂଚନା ଅନୁଯାୟୀ ନବୀନ ସରକାର 3.5କୋଟି ରୁ ଉର୍ଦ୍ଧ ଟଙ୍କା ପ୍ରଦାନ କରିଥିଲେ
