ଦର୍ପନାରାୟଣପୁର ଡାକ୍ତଖାନା ପରିଦର୍ଶନ ସହ ଡାକ୍ତର ଓ ରୋଗୀଙ୍କ ଭଲମନ୍ଦ ବୁଝିଲେ ରାଜ୍ୟପାଳ

ଆଜି ନୂତନ ରାଜ୍ୟପାଳ ରଘୁବର ଦାସଙ୍କ ନୟାଗଡ଼ ଜିଲ୍ଲା ଗ୍ରସ୍ତ କାର୍ଯ୍ୟକ୍ରମ ରହିଥିଲା । ଏହି ଅବସରରେ ସେ ରଣପୁର ବ୍ଲକ ଅଧିନସ୍ଥ ଦର୍ପନାରାୟଣପୁର ଡାକ୍ତରଖାନାରେ ପହଞ୍ଚି ଡାକ୍ତରଖାନାର ସ୍ଥିତି ସମୀକ୍ଷା କରିଥିଲେ । ଏହା ସହ ଡାକ୍ତରଖାନାର ଡାକ୍ତର ଓ ରୋଗୀଙ୍କ ସହିତ ଆଲୋଚନା କରି ଡାକ୍ତରଖାନାର ଭଲମନ୍ଦ ବୁଝି ଥିଲେ ।

ଏହି ଅବସରରେ ସ୍ଥାନୀୟ ଅଧିବାସୀମାନେ ରାଜ୍ୟ ପାଳଙ୍କୁ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ ଜଣାଇବା ସହ ତାର ସମାଧାନ ପାଇଁ ଗୁହାରି କରିଥିଲେ । ଧାନ ମଣ୍ଡିରେ କଟଣି ଛଟଣି ନେଇ ଦର୍ପନାରାୟଣପୁର ଗ୍ରାମବାସୀମାନେ ରାଜ୍ୟପାଳଙ୍କୁ ଅଭିଯୋଗ କରିଥିଲେ । ଅଭିଯୋଗ ଗୁଡିକର ତୁରନ୍ତ ସମାଧାନ କରିବା ପାଇଁ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

You might also like