ଦଶପଲ୍ଲାରୁ ରେଳ ଗଡ଼ିବା ପରେ ବଢୁଛି ଉତ୍ସାହ ଓ ଯାତ୍ରୀଙ୍କ ସଂଖ୍ୟା, ବାଇକ୍ ଷ୍ଟାଣ୍ଡ ନ ଥିବାରୁ ଯାତ୍ରୀ ହନ୍ତସନ୍ତ

ଦଶପଲ୍ଲା ରେଳ ଷ୍ଟେସନ ଉଦଘାଟନ ହୋଇ ରେଳ ଗଡ଼ିବା ପରେ ଦିନକୁ ଦିନ ଯାତ୍ରୀଙ୍କ ସଂଖ୍ୟା ବଢି ଚାଲିଛି । ଖାଲି ସଂଖ୍ୟା ବଢୁଛି ତାନୁହେଁ, ପିଲାଠାରୁ ବୁଢା ସମସ୍ତଙ୍କ ମଧ୍ୟରେ ଟ୍ରେନ ଯାତ୍ରା ପାଇଁ ଉତ୍ସାହ ବଢୁଥିବାର ମଧ୍ୟ ପରିଲକ୍ଷିତ ହେଉଛି। କମ୍ ଖର୍ଚ୍ଚରେ କମ୍ ସମୟରେ ରାଜଧାନୀ, ପୁରୀ ସମେତ ବିଭିନ୍ନ ସ୍ଥାନକୁ ଯିବାର ସୁଯୋଗକୁ ହାତଛଡ଼ା ନ କରି ଲୋକେ ଟ୍ରେନ ଯାତ୍ରାକୁ ଆଦରି ନେଉଛନ୍ତି । ସୂର୍ଯ୍ୟ ଦୟ ପୂର୍ବରୁ ଦଶପଲ୍ଲା ଷ୍ଟେସନରେ ଆରମ୍ଭ ହୋଇଯାଉଛି ଗହଳି ଚହଳି । ଦଶପଲ୍ଲାରେ ଟାଉନ ବସ୍ ସୁବିଧା ନଥିବାରୁ ଲୋକେ ଦୂରଦୂରାନ୍ତରୁ ବାଇକ୍ ଅଥବା ଅଟୋ ଯୋଗୋଁ ଷ୍ଟେସନରେ ପହଞ୍ଚି ଯାଉଥିବାରୁ ଦେଖିବାକୁ ମିଳିଛି ।

ବଡ଼କଥା ହେଲା ଷ୍ଟେସନରେ ବାଇକ୍‌ ସୁରକ୍ଷିତ ରହଣି ପାଇଁ ଷାଣ୍ଡ ନଥିବାରୁ ଲୋକେ ହୀନସ୍ତା ହେବାକୁ ପଡୁଛି । ଏଥିପ୍ରତି ରେଲୱେ ବିଭାଗ ପଦକ୍ଷେପ ଗ୍ରହଣ କଲେ ଖୁବ୍ ଭଲ ହୁଅନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଉଛି । ଏଥିସହିତ ଦଶପଲ୍ଲାର କଟକ ଅଭିମୁଖେ ଏକ ଏକ୍ସପ୍ରେସ ଟ୍ରେନ ଚଳାଚଳ ପାଇଁ ଦାବୀ ହେଉଛି । ଦଶପଲ୍ଲା ଷ୍ଟେସନରୁ ଆଗକୁ ରେଳଲାଇନ୍ କାର୍ଯ୍ୟ କେବେ ସରିବ ଆଉ ଲୋକଙ୍କ ଅପେକ୍ଷାର ଅନ୍ତ ଘଟି ରେଳ ଗଡିବ ତାକୁ ନେଇ ମଧ୍ୟ ଉତ୍କଣ୍ଠା ଲାଗି ରହିଛି । ନୟାଗଡ଼ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ ।

You might also like