‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଆଜି ଦଶପଲ୍ଲାସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ପରିସରରେ ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦଶପଲ୍ଲା,ଗଣିଆ ଓ ନୂଆଗାଁ ବ୍ଲକର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଅଧ୍ୟୟନରତ ୧୪ରୁ ୨୪ ବର୍ଷ ବୟସର ପ୍ରତିଯୋଗୀ ମାନେ ଅଂଶ୍ର ଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ବିଚାରକ ଭାବେ ସଙ୍ଗୀତଜ୍ଞ ଶରତ କୁମାର ସାହୁ, ଡ଼. ଆଶୁତୋଷ ମିଶ୍ର ଏବଂ ଶୁଭଶ୍ରୀ ସନମ ଦାସ ଯୋଗଦାନ କରି ଶ୍ରେଷ୍ଠ କଣ୍ଠଶିଳ୍ପୀ ମାନଙ୍କୁ ଚୟନ କରିଥିଲେ । ପ୍ରକାଶ ଥାଉକି ଇତିମଧ୍ୟରେ ନୟାଗଡ – ଓଡ଼ଗାଁ ଏବଂ ଖଣ୍ଡପଡ଼ା-ଭାପୁର ବ୍ଲକରେ ପ୍ରତିଯୋଗିତା ଶେଷ ହୋଇଥିବା ବେଳେ ଆସନ୍ତା ୧୪ ତାରିଖ ରବିବାର ଦିନ ରଣପୁର ବ୍ଲକରେ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହେବ ।
ଚୂଡ଼ାନ୍ତ ପର୍ଯ୍ୟାୟ ପ୍ରତିଯୋଗିତା ପ୍ରଥମ ସ୍ଥାନ ଅଧିକାରୀ କରିଥିବା ପ୍ରତିଯୋଗୀଙ୍କୁ ‘ନୟାଗଡ଼ ସଙ୍ଗୀତ କଲ୍ଲୋଳ’ ଉପାଧି ସହିତ ନଗତ ୧୧ହଜାର ଟଙ୍କା ପୁରସ୍ଥାର ଅର୍ଥରାଶି ଏବଂ ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନଙ୍କୁ କ୍ରମାନ୍ଵୟେ ୫ ହଜାର ଏବଂ ୩ ହଜାର ଅର୍ଥରାଶି ପୁରଷ୍କାର ପ୍ରଦାନ ସକାଶେ ସ୍ଥିର କରାଯାଇଅଛି । ଆଜିର ଏହି ପ୍ରତିଯୋଗିତା ରେ ସଙ୍ଗୀତ ଧାରା ସଭାପତି ନାଟ୍ୟଭୂଷଣ ଡ଼.ବିଜୟ ଚୌଧୁରୀ, ପୃଷ୍ଠପୋଷକ ପ୍ରମୋଦ ପଟ୍ଟନାୟକ, ସଂଯୋଜନ ଲକ୍ଷ୍ମୀଧର ସାହୁ, ଲକ୍ଷ୍ମୀଧର ମହାପାତ୍ର ଅଶୋକ ମଲ୍ଲ ପ୍ରମୁଖ ଉପସ୍ଥିତ ଥିବା ବେଳେ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଶିକ୍ଷାକ କର୍ମଚାରୀମାନେ ସହଯୋଗ କରିଥିଲେ ।