Skip to content

ଦଶପଲ୍ଲା ରେଳ ଷ୍ଟେସନରେ ଅଣ ସଂରକ୍ଷିତ, ସଂରକ୍ଷିତ ଟିକେଟ୍ ସିଷ୍ଟମ୍ ଶୁଭାରମ୍ଭ

ଦଶପଲ୍ଲା ଷ୍ଟେସନ ଅଣସଂରକ୍ଷିତ ସଂରକ୍ଷିତ ଟିକେଟ୍ ସିଷ୍ଟମ୍ ଶୁଭାରମ୍ଭ ହୋଇଛି । କେନ୍ଦ୍ର ରେଳମନ୍ତ୍ରୀ ପ୍ରତିବଦ୍ଧତାକୁ ପାଳନ କରି ଦଶପଲ୍ଲା ରେଲୱେ ଷ୍ଟେସନରେ ଅଣସଂରକ୍ଷିତ ଟିକେଟ ସିଷ୍ଟମ୍‌ ସହିତ ପାସେଞ୍ଜର ସଂରକ୍ଷିତ ସିଷ୍ଟମ୍ ଟିକେଟ୍ କାଉଣ୍ଟରର ଖୋଲା ଯାଇଛି । ବର୍ତ୍ତମାନ ଯାତ୍ରୀମାନେ ଏହି କାଉଣ୍ଟରରୁ ଅଣସଂରକ୍ଷିତ ଟିକେଟ୍ ସହିତ, ଯେ କୌଣସି ଷ୍ଟେସନ ଠାରୁ ଯେ କୌଣସି ଷ୍ଟେସନ ପର୍ଯ୍ୟନ୍ତ ସମସ୍ତ ଟ୍ରେନରେ ସଂରକ୍ଷିତ ଟିକେଟ୍ ମଧ୍ୟ ବୁକ୍‌ କରିପାରିବ । ୬ ଜାନୁୟାରୀ ୨୦୨୪ରେ ଦଶପଲ୍ଲା ରେଲୱେ ଷ୍ଟେସନ ଉଦଘାଟନ ସମୟ ରେ ଜନସାଧାରଣ ଠାରୁ ମିଳିଥିବା ଦାବି ଅନୁଯାୟୀ, ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଦଶପଲ୍ଲା ରେଲୱେ ଷ୍ଟେସନରେ ସଂରକ୍ଷଣ ଟିକେଟ୍ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ।

୧୦ ଦିନ ମଧ୍ୟରେ ଅଣସଂରକ୍ଷିତ ଟିକେଟ୍ ସିଷ୍ଟମ୍‌ ସହିତ- ପାସେଞ୍ଜର ସଂରକ୍ଷିତ ସିଷ୍ଟମ୍‌ ଟିକେଟ୍‌ କାଉଣ୍ଟରର ଖୋଲାଯାଇଛି । ବର୍ତ୍ତମାନ ଦଶପଲ୍ଲା ରେଲୱେ ଷ୍ଟେସନରେ ଏହି ଟିକେଟ୍ କାଉଣ୍ଟରରେ ଯାତ୍ରୀମାନେ ଉଭୟ ସଂରକ୍ଷିତ ଏବଂ ଅଣସଂରକ୍ଷିତ ଟିକେଟ୍‌ କ୍ରୟ କରିପାରିବେ । ସଂରକ୍ଷିତ ଟିକେଟ୍ ସୁବିଧା ରବିବାର ବ୍ୟତୀତ ସକାଳ ୮ ଘଣ୍ଟାରୁ ଅପରାହ୍ନ ୧୫ ଘଣ୍ଟା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଦିନରେ ଉପଲବ୍ଧ ହେବ ଏବଂ ଅଣସଂରକ୍ଷିତ ସଂରକ୍ଷିତ ଟିକେଟ୍ ସୁବିଧା ୨୪ ଘଣ୍ଟା ଉପଲବ୍ଧ ହେବ ବୋଲି ସୂଚନା ମିଳିଛି ।ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ

Ad 1