ଦଶପଲ୍ଲା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ରେ ଜିଲାପାଳଙ୍କ ବ୍ଲକ ସ୍ତରୀୟ ଯୁଗ୍ମ ଜନ ଶୁଣାଣି ସିବିର ଅନୁଷ୍ଠିତ ହୋଇଛି, ଏହି କାର୍ଯ୍ୟ କ୍ରମ ରେ ଜିଲାପାଳ ଅକ୍ଷୟସୁନୀଲ ଅଗ୍ରୱାଲଯୋଗ ଦେଇ ଥିବା ବେଳେ ଅନ୍ୟମାନଙ୍କ ମଧ୍ୟ ରେ ଆରକ୍ଷୀଅଧିକ୍ଷକ ଏସ ସୁଶ୍ରୀ, ଅତିରିକ୍ତ ଜିଲାପାଳ ଦିଲୀପ କୁମାର ବଳ, ଜିଲାପରିଷଦକାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବଦତ ପଣ୍ଡା, ଓ ଉପଜିଲ୍ଲାପାଳ କର୍ଣଦେବ ସମାଦାର ପ୍ରମୁଖ ଉପସ୍ଥିତ ଥିଲେ, 107ଟି ମାମଲା ଗ୍ରହଣ କରାଯାଇଥିବା ବେଳେ ସେଥି ମଧ୍ୟରୁ 99ଗୋଟି ବ୍ୟକ୍ତି ଗତ ମାମଲା, ସହ 5ଗୋଟି ଗ୍ରାମ୍ୟ ବିବାଦ ରହିଥିଲା, ମୁଖ୍ୟ ମନ୍ତ୍ରୀ ଙ୍କ ରିଲିଫ ଫଣ୍ଡ 3ଗୋଟି ମାମଲା ରହିଥିଲା, 25ଗୋଟି ମାମଲା ସମାଧାନ କରାଯାଇଥିବା ବେଳେ ଏହି କାର୍ଯ୍ୟ କ୍ରମ ରେ ସ୍ଥାନୀୟ ବିଡ଼ିଓ, ତହସିଲଦାର ଙ୍କ ସମେତ ସମସ୍ତ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ଥିଲେ