Skip to content

ଦଶପଲ୍ଲା ସାତ ପାଟଣା ରେ ପୋଲିସ ଓ ବରିଷ୍ଠ ନାଗରିକ ବୈଠକ,

ନୟାଗଡ଼ ଜିଲ୍ଲା ଦଶପଲ୍ଲା ଏନଏସି ଅନ୍ତର୍ଗତ ସାତପାଟଣା ରେ ପୋଲିସ ଓ ବରିଷ୍ଠ ନାଗରିକ ବୈଠକ ଅନୁଷ୍ଠିତ ହୋଇଛି, ଦଶପଲ୍ଲା ବରିଷ୍ଠ ନାଗରିକ ସଂଗଠନ ସଭାପତି ପ୍ରାଣକୃଷ୍ଣ ବେହେରାଙ୍କ ଆବାହକତ୍ୱ ରେ ଅନୁଷ୍ଠିତ ବୈଠକ ରେ ନୟାଗଡ଼ ଏସପି ରାହୁଲ ଜୈନ ଯୋଗ ଦେଇ ଆଲୋଚନା କରିଥିଲେ, ବରିଷ୍ଠ ନାଗରିକ ହେଉଛନ୍ତି ସମାଜ ର ଦିଗଦର୍ଶକ, ଶାନ୍ତି ପ୍ରତିଷ୍ଠା ପାଇଁ ବରିଷ୍ଠ ନାଗରିକ ଙ୍କ ସହ ଆଲୋଚନା କରିଥିଲେ, ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଦଶପଲ୍ଲା ବାସୀଙ୍କ ସହଯୋଗ ଲାଗି ଶାନ୍ତି ଶୃଙ୍ଖଳା ସହିତ ନିର୍ବାଚନ ଅନୁଷ୍ଠିତ ହୋଇଛି, ସେଥିପାଇଁ ସେ ଦଶପଲ୍ଲା ବାସୀଙ୍କୁ ଧନ୍ୟବାଦ ଦେଇ ଥିଲେ,

ନୟାଗଡ଼ ପୋଲିସ ପ୍ରତି ଗାଁ ରେ ପହଂଚି ବିଭିର୍ନ ବର୍ଗ ର ଲୋକ ଙ୍କ ସହିତ ମିଶି ପ୍ରତ୍ୟକ ଗାଁ ରେ ଶାନ୍ତି ପ୍ରତିଷ୍ଠା ନିମନ୍ତେ ଉଦ୍ୟମ ଜାରୀ ରଖିଛି, ଜୁନ ମାସଶେଷ ସୁଦ୍ଧା ନୟାଗଡ଼ ପୋଲିସ ପ୍ରତ୍ୟକ ଗ୍ରାମରେ ପହଂଚିବ ବୋଲି ଆରକ୍ଷୀ ଅଧିକ୍ଷକ ପ୍ରକାଶ କରିଥିଲେ,ବିଭିର୍ନ ଗାଁ ରେ ଉର୍ନତି ନୟାଗଡ଼ ରେ ଶାନ୍ତି ନୟାଗଡ଼ ପୋଲିସ ର ମୂଳ ମନ୍ତ୍ରବୋଲି ଏସପି କହିଛନ୍ତି, ପୋଲିସ ପ୍ରଶାସନ ପକ୍ଷରୁଲୋକ ସମ୍ପର୍କ ପାଇଁ ଯଥା ସମ୍ଭବ ଚେଷ୍ଟା କରାଯାଉଛି ବୋଲି କହିଥିବା ବେଳେ, ଦଶପଲ୍ଲା ଥାନା ଅଧିକାରୀ ମୁକେଶ ବେହେରା ପ୍ରଫେସର ନନ୍ଦକିଶୋର ମିଶ୍ର, ସଜ୍ଜ୍ଜନ ରାୟ, ଶିବ କୁମାର ରାଉତରାୟ, ଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଓ ବରିଷ୍ଠ ନାଗରିକ କାର୍ଯ୍ୟକ୍ରମ ରେ ସାମିଲ ହୋଇ ଥିଲେ ଏସପି ସାତପାଟଣା ଗୋପୀ ନାଥ ଜୀୟୁ ଙ୍କୁ ଦର୍ଶନ କରିବା ସହ ବରିଷ୍ଠ ଙ୍କ ଆଶ୍ରିବାଦ ସବୁ ଠାରୁ ଗୁରୁତ୍ୱ ପୁର୍ଣ ବୋଲି କହିଥିଲେ,

Ad 1