ଦିନକୁ ଦିନ ଦିଗହରା ହେଉଛି ବିରୋଧୀ, ୨୦ ରୁ ଉର୍ଦ୍ଧ୍ୱ ବିରୋଧୀ ନେତା ବିଜେଡିରେ ସାମିଲ
ନୟାଗଡ଼, ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ଦିନକୁ ଦିନ ଶକ୍ତିଶାଳୀ ହେବାରେ ଲାଗିଛି । ବିରୋଧୀ ଦଳର ୧୭୦୦ ରୁ ଉର୍ଦ୍ଧ୍ୱ ନେତା ଓ କର୍ମୀ ବିଜେଡିରେ ଯୋଗ ଦେଲେଣି । ଦିନକୁ ଦିନ ଶକ୍ତିହୀନ ହେଉଛି ବିରୋଧୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିତୀ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଉଛନ୍ତି ବିରୋଧୀ ନେତା । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନିତି ଆଦର୍ଶ ଓ ବିକାଶ ମୁଳକ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ଅନେକ ବିରୋଧୀ ନେତା ବିଜେଡିରେ ଯୋଗ ଦେଉଛନ୍ତି । ଗତ କାଲି ଯୁବ ଶକ୍ତିକୁ ନେଇ ଏକ ଫ୍ଲାଗ ମାର୍ଚ୍ଚ କାର୍ଯ୍ୟକ୍ରମ ବିଜେଡି ପକ୍ଷରୁ କରାଯାଇଥିଲା । ୧୦ ହଜାରରୁ ଉର୍ଦ୍ଧ୍ୱ କର୍ମୀ ଏଥିରେ ସାମିଲ ହୋଇଥିଲେ । ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜେଡି କିପରି ଦୀନକୁ ଦିନ ଶକ୍ତିଶାଳୀ ହେଉଛି ଏହାର ନମୁନା ଦେଖିବାକୁ ମିଳୁଛି । ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଉପସ୍ଥିତିରେ ଘଡୁଆଳ ପଞ୍ଚାୟତ ବୃନ୍ଦାବନପୁର ଗ୍ରାମର ୨୧ ବିରୋଧୀ ନେତା ବିଜେଡିରେ ସାମିଲ ହୋଇଛନ୍ତି ।
ବୃନ୍ଦାବନପୁର ଗ୍ରାମର ବଳରାମ ଜେନା, ମାନସ ପ୍ରଧାନ, ବେଣୁଧର ପ୍ରଧାନ, କବିରାଜ ପ୍ରଧାନ, ପ୍ରଫୁଲ୍ଲ ମାଝି, ସୁରେଶ କଳସ, ଦୁର୍ଯ୍ୟୋଧନ ପରିଡ଼ା, କାଶିନାଥ ବିଶ୍ୱାଳ, ପିଣ୍ଟୁ ବିଶ୍ୱାଳ, ପ୍ରଶାନ୍ତ ବିଶ୍ୱାଳ, କବିରାଜ ମାଝି, ଶିବ ପ୍ରଧାନ, ପଞ୍ଚାନନ ବିଶ୍ୱାଳ, ଦାଶରଥି ପରିଡ଼ା, ଭାଗିରଥି ପରିଡ଼ା, କାଳୁ ପ୍ରଧାନ, ମୁନା ପ୍ରଧାନ, ଜିତୁ ଜେନା, ଅଜୟ ଜେନା, ସୁନିଲ୍ ଜେନା ଓ ମହି ମାଝି ପ୍ରମୁଖ ବିଜେଡିରେ ଯୋଗ ଦେଇଛନ୍ତି । ଆଜିର ଏହି ମିଶ୍ରଣ ପର୍ବରେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ନୟାଗଡ଼ ଜିଲ୍ଲା ଯୁବ ବିଜେଡି ଉପ ସଭାପତି ରବିନ୍ଦ୍ର ଜେନା ଓ ଛାତ୍ର ବିଜେଡି ଜିଲ୍ଲା ସଭାପତି ନୀଳମାଧବ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ । ନବୀନ ପଟ୍ଟନାୟକ ଜିନ୍ଦାବାଦ, ଡ. ଅରୁଣ କୁମାର ସାହୁ ଜିନ୍ଦାବାଦ, ଅରୁପ ପଟ୍ଟନାୟକ ଜିନ୍ଦାବାଦ, ଶଙ୍ଖ ଚିହ୍ନ ଜିନ୍ଦାବାଦ, ଯୋଡ଼ି ଶଙ୍ଖ ଜିନ୍ଦାବାଦ ଓ ଆମ ପାଇଁ ବଡ଼ ଆମ ନୟାଗଡ଼ ର ନାରା ଦେଇଥିଲେ । ଆଗାମୀ ଦିନରେ ବିଜୁ ଜନତା ଦଳକୁ ଅଧୀକ ଶକ୍ତିଶାଳୀ କରିବା ପାଇଁ ପ୍ରକାଶ କରିଥିଲେ ।