Skip to content

ଦେବସ୍ନାନ ପୂର୍ଣ୍ଣିମା ରେ ଭଜନ ସମାରୋହ

ନବକଳେବର ରଥଚକ ସ୍ଥାପନ କମିଟି, ସଂଗୀତଧାରା, ଓ ଶ୍ରୀସୃଜନ ର ମିଳିତ ଆନୁକୂଲ୍ୟରେ ଚଳିତ ଜୁନ 22ତାରିଖ ରେ ପବିତ୍ର ଦେବସ୍ନାନ ପୁର୍ଣିମା ଦିନ ପ୍ରଭୁ ଜଗନ୍ନାଥ ଙ୍କ ମନ୍ଦିର ଠାରେ ସ୍ଥାନିୟ କଳାକାର ମାନଙ୍କୁ ନେଇ ଏକ ଭଵ୍ୟ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଆୟୋଜିତ ପ୍ରସ୍ତୁତି ବୈଠକ ରେ ନିଷ୍ପତି ଗ୍ରହଣ କରାଯାଇଛି,

ନାଟ୍ୟ ଭୁଷଣ ଡ଼. ବିଜୟ କୁମାର ଚୌଧୁରୀ ଙ୍କ ପୌରହିତ୍ୟ ରେ ସ୍ଥାନୀୟ ମହର୍ଷି ବିଦ୍ୟାମନ୍ଦିର ଖେଳ ପଡିଆ ରେ ଆୟୋଜିତ ପ୍ରସ୍ତୁତି ବୈଠକ ରେ ରଥ ଚକ ସ୍ଥାପନ କମିଟି ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକ,ସଂଗୀତ ଧାରା ସମ୍ପାଦକ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାସ,ଶ୍ରୀ ସୃଜନ ସମ୍ପାଦିକା କଣ୍ଠଶିଳ୍ପୀ ଜୟଶ୍ରୀ ଦେବୀ, ସୁରଗନ୍ଧର୍ବ କଣ୍ଠଶିଳ୍ପୀ ନବ କିଶୋରମିଶ୍ର,ଲକ୍ଷ୍ମୀଧର ମହାପାତ୍ର ପ୍ରଶାନ୍ତ କୁମାର ପଟ୍ଟନାୟକ,ଲକ୍ଷ୍ମୀଧର ସାହୁ,ବିଜୟନନ୍ଦ ମହାପାତ୍ର,ଅଶୋକ ମଲ୍ଲ,ଓ ପ୍ରଦୀପ୍ତ ଡାକୁଆ ପ୍ରମୁଖ ଉପସ୍ଥିତ ଥିଲେ,

Ad 1