ଧିମେଇଛି ବାହାଡାଝୋଲା – ସୁନାମୁହିଁ ରାସ୍ତାବନ ବିଭାଗ ବାଧକ !

ବାହାଡାଝୋଲା-ସୁନାମୁହିଁ ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣ କାର୍ଯ୍ୟରେ ବନ ବିଭାଗ ବାଧକ ସାଜିଛି । ରାସ୍ତା ପାର୍ଶ୍ଵ ଗଛ କାଟିବାରେ ବିଳମ୍ୱ ଯୋଗୁ କାମ ଧିମେଇଥିବା ଅଭିଯୋଗ ହେଉଛି । ସୂଚନାଯୋଗ୍ୟ, ନୟାଗଡ଼ ଜିଲ୍ଲାରୁ ଗଞ୍ଜାମ ଫୁଲବାଣୀକୁ ସଂଯୋଗ କରୁଥିବା ଉକ୍ତ ବ୍ୟସ୍ତବହୁଳ ରାସ୍ତା ଖାଲଖମାରେ ଭର୍ତ୍ତି ହୋଇ ରହିଥିଲା । ଗଣମାଧ୍ୟମରେ ବାରମ୍ଵାର ଖବର ପ୍ରକାଶ ପାଇବା ପରେ ରାସ୍ତା ପୁନରୁଦ୍ଧାର ନିମନ୍ତେ ୧୫କୋଟି ଟଙ୍କା ମଞ୍ଜୁର ହୋଇଥିଲା ।

ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଏହାର ଭିତ୍ତି ପୁସ୍ତର, ସ୍ଥାପନ କରିବା ପରେ ଠିକାଦାର କାର୍ଯ୍ୟ ଆରମ୍ଭ. କରିଛନ୍ତି । ଉକ୍ତ ରାସ୍ତା ନିର୍ମାଣ ହେଲେ ୫ ପଞ୍ଚାୟତବାସୀ ଉପକୃତ ହେବେ । ଅନ୍ତଃଜିଲ୍ଲା ଗମନାଗମନ ମୁଗମ ହେବ । ହେଲେ ରାସ୍ତା ପାର୍ଶ୍ଵ ଗଛଗୁଡ଼ିକ କଟାଯାଉ ନ ଥିବାରୁ କାମ ମନ୍ଥର ଗତିରେ ଚାଲିଥିବା ବିଭାଗୀୟ ଯନ୍ତ୍ରୀ କହିଛନ୍ତି । ଏ ନେଇ ଓଡ଼ଗାଁ ରେଞ୍ଜର ଅଖିଳେଶ ମଲ୍ଲିକ କୁହନ୍ତି , ଗଛ କଟା ପ୍ରସ୍ତାବ ଡିଏଫ୍ଓଙ୍କ ପାଖରେ ରହିଛି । ନିର୍ଦ୍ଦେଶ ମିଳିଲେ କାର୍ଯ୍ୟ ଆରମ୍ଭ ହେବ ।ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟନୟାଗଡ଼ ଟୁଡ଼େ

You might also like