ନବୀନ ନିବାସରେ ପହଁଚିଛନ୍ତି ଓଡ଼ିଶାର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶପଥ ପାଠ କରିବା ପୂର୍ବରୁ ଭାବି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବୀନ ନିବାସ ଆସି ସୌଜନ୍ୟମୂଳକ ସାକ୍ଷାତ କରି ଫେରିଥିବାବେଳେ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ କରିଛନ୍ତି । ନବୀନଙ୍କ ଆଶୀର୍ବାଦ ନେଇ ଫେରିଥିବା ମଧ୍ୟ କହିଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହାସହ ସେ କହିଛନ୍ତି କି, ନବୀନ ପଟ୍ଟନାୟକ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ବୋଲି କହିଛନ୍ତି । ନବୀନଙ୍କୁ ନିମନ୍ତ୍ରଣ ଦେଇ ଆଶୀର୍ବାଦ ନେଲି ବୋଲି ମଧ୍ୟ କହିଛନ୍ତି ।
ନବୀନ ପଟ୍ଟନାୟକଙ୍କୁ ଭେଟିଲେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବାକୁ କଲେ ନିମନ୍ତ୍ରଣ
