Skip to content

ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆନ୍ଦୋଳନ, ଜିଲ୍ଲା ପାଳଙ୍କୁ ଦାବି ପତ୍ର ପ୍ରଦାନ

ନବ ନିର୍ମାଣ କୃଷକ ସଂଗଠନ ତରଫରୁ ‍ ମଣ୍ଡିରେ ମନଇଚ୍ଛା ଧାନ କାଟିବା ଓ ମିଲର ମାନେ ଧାନ କିଣା ପୂର୍ବରୁ ମିଲରେ ବେଆଇନ ଭାବେ ଧାନ ଗଚ୍ଛିତ ରଖିବା ଯୋଗାଣ ବିଭାଗ ପ୍ରଶାସନ ଚୁପ୍ ରହିବା ବିରୁଦ୍ଧରେ ରାଜ୍ୟ ସଂଯୋଜକ ଶେଷ ଦେବ ନନ୍ଦ ଙ୍କ ନେତୃତ୍ୱରେ ନୟାଗଡ ଜିଲାପାଳଙ୍କ ଅଫିସପରିସରରେ ଆନ୍ଦୋଳନ କରିବା ସହ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି,

ସୂଚନା ଅନୁସାରେ ବିଭିର୍ନ ଜିଲ୍ଲା ର ବିଭିର୍ନ ଅଞ୍ଚଳ ରେ ମଣ୍ଡି ଆରମ୍ଭ ହେଲାଣି,ମଣ୍ଡିରେବେଆଇନ ଭାବେ ସଫା ଶୁଖିଲା ଧାନ ଉପରୁ ମନଇଛା 5କିଲୋ ଧାନ ଧାନ କାଟିବା ଓ ମିଲର ମାନେ ଧାନ କିଣା ପୂର୍ବ ରୁ ମିଲ ରେ ଧାନ ଗଛିତ ରଖିବା, ନେଇ ତଥା ଯୋଗାଣ ବିଭାଗ ଚୁପ ବସିଥିବା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଦାବି କରାଯାଇ ଜିଲ୍ଲା ପାଳ ଙ୍କ କାର୍ଯ୍ୟା ଳୟ ପରିସରରେ ଯଥା ଶୀଘ୍ର କାର୍ଯ୍ୟାନୁଷ୍ଠାନ ପାଇଁ ଆନ୍ଦୋଳନ କରାଯାଇଛି, ମିଲର ମାନେ ଅନ୍ୟାୟ ଭାବରେ ଆରଏମସି ମେସିନ ନ ଆଣି ମନକୁ ମନ 5କିଲୋ ଧାନ କାଟ କରିଛନ୍ତି ସମବାୟ ସମିତି ସମ୍ପାଦକ ମାନେ ଏଥିରେ ଚାଷୀ ଙ୍କୁ ସହଯୋଗ ନ କରି ମିଲର ମାନଙ୍କୁ ସହ ଯୋଗ କରିଛନ୍ତି,

ନିୟମ ଅନୁଯାୟୀ ଜଣେ ତହସିଲଦାର, ଏବଂ ବିଡ଼ିଓ ସବୁ ମଣ୍ଡିକୁ ନୋଡାଲ ଅଫିସର ହିସାବ ରେ ତଦାରଖ କରିବା କଥା, କିନ୍ତୁ କୌଣସି ବ୍ଳକ ସ୍ତରୀୟ ନୋଡାଲ ଅଫିସର ମଣ୍ଡି କୁ ଆସୁନାହାନ୍ତି, ଯେଉଁଥିପାଇଁକି ମିଲର ମାନଙ୍କ ମନମାନି ଚାଲୁଚି, ସେଭଳି ଯୋଗାଣ ବିଭାଗ ତରଫରୁ ସ୍ପେଶାଲ ସ୍କ୍ୱାଡ଼ ବୁଲି ଅଣ୍ଡର ରେଟ ରେ ବିକ୍ରି କରୁଥିବା ଧାନ ବ୍ୟବସାୟୀ ଙ୍କୁ ଧରିବା କଥା, ତାହା ମଧ୍ୟ କରାଯାଉନାହିଁ,, ବର୍ଷ ବର୍ଷ ଧରି ନୟାଗଡ଼ ଜିଲ୍ଲା ରେ ଏଫ, ଏକ୍ଯୁଧାନ ମାନ ନୁହେଁ ବୋଲି ଯେଉଁ କାଟ କରାଯାଉଛି ତାହା ତୁରନ୍ତ ବନ୍ଦ କରିବା ନେଇ ତଥା ମିଲର ମାନେ ଯେଉଁ ଭଳି ଭାବେ ଅପପ୍ରଚାର କରିଛନ୍ତି ନୟାଗଡ଼ ଜିଲ୍ଲା ରେ ଏଫ.କ୍ଯୁଧାନ ନାହିଁ, ଏବଂ 5କିଲୋ ଚାଷୀଙ୍କ ଠାରୁ ଧାନ ନେଉଛନ୍ତି, ସମବାୟ ସମିତି କି ମିଲର ମାନେ ଆଗୁଆ ଅଖା ଯୋଗାଇ ଦେବା କଥା, ସେମାନେ ଅଖା ଯୋଗାଉନାହାନ୍ତି, ବରଂ ପ୍ରତି ବଦଳ ରେ ଅଖା ପିଛା ଦେଢ଼ କେଜି କାଟ କରିଛନ୍ତି, ବର୍ଷ ବର୍ଷ ଧରି ସମବାୟ ସମିତି ସମ୍ପାଦକ ମାନେ ମିଲର ମାନଙ୍କ ଠାରୁ ପାଉଥିବା ପଇସା ଚାଷୀ ମାନଙ୍କୁ ଦେଉନାହାନ୍ତି,ଏହାର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏହାର ଦାବି କରାଯାଇଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ପରିସରରେ ଆନ୍ଦୋଳନ କରାଯାଇ ଥିବା ବେଳେ

ଏହି ଆନ୍ଦୋଳନରେ ଜିଲ୍ଲା ସଂଯୋଜକ ପ୍ରସନ ପ୍ରଧାନ ଜିଲ୍ଲା ଉପଦେଷ୍ଟା ମହେଶ୍ୱର ଜେନା ସହ ସଂଯୋଜକ ରଣଜିତ ଦଳବେହେରା, ବୈକୁଣ୍ଠ ନାଥ ସାହୁ,ରମେଶ ପଣ୍ଡା, ପ୍ରଭାତ ପ୍ରଧାନ ରବୀନ୍ଦ୍ର ଵରାଡ ଵିନୋଦ ପ୍ରଧାନ ପ୍ରଫୁଲ୍ଲ ଲେଙ୍କା ଉଛବ ସ୍ୱାଇଁ ପୂର୍ଣ୍ଣଚନ୍ଦ୍ର ପାଟ୍ଟଯୋଶି ଜୟକୃଷ୍ଣ ମହାରଣା ଗୟାଧର ଜେନା କୁଳମଣି ହାତୀ ଗଙ୍ଗାଧର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ

Ad 1