ନିଜ ବିଦ୍ୟାଳୟରେ ସମ୍ବର୍ଦ୍ଧିତ ହେଲେ ଶିଶୁ କଳାକାର ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନ ମୋହିଲେ କୋମଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ

NAYAGADA TODAY-ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୋମଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିଶୁ କଳାକାରମାନେ ନିଜର ନୃତ୍ୟ ପ୍ରତିଭା ମାଧ୍ୟମରେ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ବିଭିନ୍ନ ସାଂସ୍କୃତିକ ଉତ୍ସବରେ ଦଳଗତ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନ ମୋହିଥିବା ଏହି ଶିଶୁ କଳାକାରମାନଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।ବିଦ୍ୟାଳୟରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଅତିଥିମାନେ ଯୋଗଦେଇ ଶିଶୁ କଳାକାରମାନଙ୍କୁ ଫୁଲତୋଡ଼ା ଓ ମାନପତ୍ର ପ୍ରଦାନ କରି ଉତ୍ସାହିତ କରିଥିଲେ। ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ମାର୍ଗଦର୍ଶନ ଏବଂ ନିରନ୍ତର ଅଭ୍ୟାସ ଯୋଗୁଁ ଛାତ୍ରଛାତ୍ରୀମାନେ ଏହି ସଫଳତା ହାସଲ କରିଥିବା ମତ ପ୍ରକାଶ ପାଇଥିଲା।କେବଳ ପାଠପଢ଼ା ନୁହେଁ, ନୃତ୍ୟ, ସଙ୍ଗୀତ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ଶିଶୁମାନଙ୍କ ପ୍ରତିଭାକୁ ପ୍ରୋତ୍ସାହନ ଦେବା ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଉତ୍ସବରେ ଉପସ୍ଥିତ ରହି ଶିଶୁ କଳାକାରଙ୍କ ସଫଳତାକୁ ପ୍ରଶଂସା କରିଥିଲେ।

You might also like