ନିମ୍ନମାନର ଆହାର, ଭାଗ୍ୟ କୁ ଆଦରି ଖାଇଲେ ଲୋକେ
ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟପରିସରରେ ରେ ଥିବା ଆହାର କେନ୍ଦ୍ର ରେ ଖାଦ୍ୟ ଆଉ ସ୍ୱାଦିଷ୍ଟ ଲାଗୁ ନାହିଁ,ନିମ୍ନ ମାନର ଖାଦ୍ୟ ଲୋକଙ୍କୁ ପରସାଯାଉଥିବା ବେଳେ ଡାଲମା ରୁ ଆଳୁ ବାଇଗଣ ଗାୟବ କରାଯାଇ, ଅମୃତ ଭଣ୍ଡା, ଗାଜର,କୁ ନେଇ କାମ ଚଳାଉଛନ୍ତି, ଆହାର କେନ୍ଦ୍ର କର୍ମଚାରୀ,ଆହାର ମୂଲ୍ୟ 5ଟଙ୍କା ହୋଇଥିବା ବେଳେ ଲୋକେ ଭାଗ୍ୟ ଆଦରି ଖାଉଛନ୍ତି,ସୂଚନାନୁଯାୟୀ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଳୟ ର ଆହାର କେନ୍ଦ୍ର ରେ ପ୍ରତ୍ୟହ ପୂର୍ବାହ୍ନ ରେ 950ମିଲ, ରାତ୍ର ରେ 300ମିଲ ଆହାର କେନ୍ଦ୍ର ରେ ମିଳୁଛି,ରଣପୁର, ଦଶପଲ୍ଲା, ଖଣ୍ଡପଡାସ୍ୱାସ୍ଥ୍ୟ କେନ୍ଦ୍ର କୁ 300ଲେଖାଏଁ ମିଲ ଯାଉଥିବା ବେଳେ ଓଡ଼ଗାଁ ସ୍ୱାସ୍ଥ୍ୟ କେନ୍ଦ୍ର କୁ 350ମିଲ ଯାଉଛି,ସରକାର ମିଲସ ପିଛା 18ଟଙ୍କା ଦେଉଥିବା ବେଳେ ଲୋକମାନେ 5ଟଙ୍କା ଦେଇ ଆହାର ଖାଉଛନ୍ତି,

ତେବେ ଦାୟିତ୍ୱ ରେ ଥିବା ସଂସ୍ଥା ମିଲସ ପ୍ରସ୍ତୁତ ପାଇଁ 23ଟଙ୍କା ଖର୍ଚ୍ଚ କରୁଥିବା ବେଳେ ତଥାପି ଭାତ ଡାଲମା ସ୍ୱାସଦିଷ୍ଟ ହେଉ ନଥିବା ଅଭିଯୋଗ ହୋଇଛି,ଆହାର ର କିଛି ବିକଳ୍ପ ନଥିବାରୁଲୋକେବାଧ୍ୟ ରେ ଖାଉ ଛନ୍ତି,ଏହା ନିମ୍ନ୍ନ ମାନର ହେଉଥିବା ବେଳେ ଆଳୁ ବାଇଗଣ ଗାୟବ ହୋଇଛି,ଲୋକେ ଅଭିଯୋଗ କଲେ, ଆହାର କର୍ମଚାରି ଆହାର ଖାଇବା ପାଇଁ ଆସୁଥିବା ଲୋକଙ୍କୁ, ଖରାପ ବ୍ୟବହାର ଦେଖାଉଛନ୍ତି,

ଖାଦ୍ୟ ଭଲ କି ମନ୍ଦ ତଦନ୍ତ ହେଉନଥିବାରୁ ଖାଦ୍ୟ ସ୍ୱଦିଷ୍ଟ ଲାଗୁ ନାହିଁ,ଡାଲମା ରେ ସମ ପରିମାଣର ପନିପରିବା ପଡ଼ୁନଥିବାରୁ ସ୍ୱାଦ ହଜି ଯାଉଛି,ଏହାକୁ ନେଇ ମୁନିସିପାଲିଟି ନିର୍ବାହୀ ଅଧିକାରୀ ସ୍ନେହ ଲତା ଆଚାର୍ଯ୍ୟ କୁହନ୍ତି ଆମେ ଅଭିଯୋଗ ପାଇ ନଥିଲୁ,ଅଭିଯୋଗ ପାଇବା ପରେ ଖାଦ୍ୟ କିପରି ସ୍ୱାଦିଷ୍ଟ ହେବ, ପନିପରିବା କିପରି ଠିକ ପରିମାଣ ରେ ପଡିବ ସେ ନେଇ ପଦକ୍ଷେପ ନେବୁ,