ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳ ଥାନା ଅଧିନସ୍ଥ ବଡପୁଟ ଛକରେ ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ୟରେ ଯୁକ୍ତିତର୍କ ଓ କଥା କଟ।କଟି ହୋଇ ମାରପିଟି ପରିସ୍ଥିତି ସୃଷ୍ଟି ହୋଇ ଜଣେ ବିଜେପି କର୍ମୀଙ୍କ ମୁଣ୍ଡ ଫାଟି ରକ୍ତାକ୍ତ ହୋଇଛନ୍ତି ।ଏ ନେଇ ଶରଣକୁଳ ଥାନାରେ ପୃଥକ ଭାବେ ଦୁଇଟି ଅଭିଯୋଗ ଦାଖଲ ହୋଇଛି ।ଘଟଣାରୁ ପ୍ରକାଶଯେ ପଂଚିରିଡ। ମାନପୁର ଗ୍ରାମର ଦିଲ୍ଲୀପ କୁମାର ସେନାପତି ନିଜ ପୁଅ ଓ ଝିଅ କୁ ସାଙ୍ଗରେ ଧରି ବଡ଼ପୁଟ ଛକରେ ଚା ପିଉଥିବା ସମୟରେ ବଡ଼ପୁଟ ଗ୍ରାମର ସନ୍ତୋଷ ପ୍ରଧାନ ଓ ପଙ୍କଜ ସ୍ୱାଇଁ ଆସି ତୁ ବିଜେପି ଲୋକ ଆମ ଛକକୁ ଆସିପାରିବୁନାହିଁ କହି ଗାଳି ଗୁଲ ଜ କରିଥିଲେ ।ପ୍ରଥମେ ଯୁକ୍ତିତର୍କ ହେବା ପରେ ହଠାତ ପଙ୍କଜ ଦିଲୀପଙ୍କୁ ଧରି ନେଇଥିଲେ ସେହି ସମୟରେ ସନ୍ତୋଷ ଏକ ଚୌକି ଧରି ଦିଲୀପ ମୁଣ୍ଡକୁ ପିଟିଦେଇଥିଲେ ।ଦିଲୀପ ଯେତେ ନେହୁରା ହେଲେ ମଧ୍ୟ କିଛି ନ ଶୁଣି ମାଡ଼ ମାରି ଚାଲିଥିଲେ ।ପାଖରେ ଥିବା ଦିଲୀପଙ୍କ ଛୋଟ ପୁଅ ଝିଅ ଭୟରେ କାନ୍ଦୁଥିଲେ ମଧ୍ୟ ସେଥି ପ୍ରତି ନିଘା ନ କରି ବାଡେଇ ମୁଣ୍ଡ ଫଟାଇ ଦେଇଥିଲେ ।
ସ୍ଥାନୀୟ ଲୋକମାନେ ଦିଲୀପଙ୍କୁ ଉଦ୍ଧାର କରି ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ତଦନ୍ତ କରି ସନ୍ତୋଷକୁ ଗିରଫକରି କୋର୍ଟ ଚାଲାଣ କରିଥିବା ବେଳେ ପଙ୍କଜ ଫେରାର ଥିବା କୁହାଯାଉଛି ।ନିର୍ବାଚନ କୁ ଦୃଷ୍ଟିରେ ରଖି ନୟାଗଡ଼ ଜିଲାପାଳ ଭୋଟ ଗଣତି ଦିନ ସକାଳ ୬ ଘଣ୍ଟାରୁ ପରଦିନ ସକାଳ ୬ ଘଣ୍ଟା ପର୍ଯ୍ୟନ୍ତ ଜିଲ୍ଲା ସାରା ୧୪୪ ଧାରା ଜାରି କରିଥିଲେ ।୧୪୪ ଧାରା ଉଠିଯିବା ପରେ ଏହି ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡ ଆରମ୍ଭ ହୋଇଛି ।