ନୟାଗଦ ଜିଲ୍ଲା ନୂଆଗାଁ ବ୍ଲକ ସଦର ମହକୁମାରେ ଥିବା ନୂଆଗାଁ ଗ୍ରାମରେ ଆଜି ମା ସମଲେଶ୍ୱରୀ ସ୍ୱୟଂମଶହାଇକା ଗୋଷ୍ଠୀ ଦ୍ୱାରା ମିଲେଟଶକ୍ତି ଟିଫିନ ସେଣ୍ଟର ଖୋଲା ଯାଇ ଅଛି.ନୟାଗଡ଼ ଜିଲ୍ଲା ଅଗ୍ରଣୀ ସ୍ୱସଛାସେବୀ ଅନୁଷ୍ଠାନ ହାମ୍ସ ଦ୍ୱାରା ଆୟୋଜିତ ଶ୍ରୀ ଅନ୍ନ ଅଭିଯାନ କୃଷି ଓ କୃଷକ ସଶକ୍ତ କରଣ ବିଭାଗ ଦ୍ୱାରା ଏହି କାର୍ଯ୍ୟକ୍ରମ ଟି ଅନୁଷ୍ଠିତ ହୋଇଯାଇଛି. ମିଲେଟଶକ୍ତି ମାଧ୍ୟମରେ ମାଣ୍ଡିଆର ନିର୍ମିତ ଖଦ୍ୟ ପଦାର୍ଥର ଚାହିଦା ବଢିବା ସହିତ ଜନସାଧାରଣ ପୃଷ୍ଟିକର ଖାଦ୍ୟ ପାଇପାରିବେ ତାର ମୂଳଉଦେଶ୍ୟ.ଏହାକୁ ଆଜି ଅନୁଷ୍ଠାନିକ ଭାବେ ଗୋଷ୍ଠୀ କୃଷି ଅଧିକାରୀ ନିହାର ରଞ୍ଜନ ପୃଷ୍ଟି ଉଦ୍ଘାଟନ କରିଥିଲେ.ଅନ୍ୟାନ୍ୟ ଅତିଥିଭାବେ ସହକାରୀ କୃଷି ଅଧିକାରୀ କୁମୁଦୁନୀ ଦେଇ ମିଶନ ଶକ୍ତି ବ୍ଲକ ସଂଯୋଜକ ଶାଶ୍ଵତ ମିଶ୍ର ,ୟାଇପିଓ କୁମାରୀ ଶାଶ୍ଵତିକା ମହାପାତ୍ର ,ବିଜୟ ମିଲେଟ କୃଷି ଉତ୍ପାଦକ କମ୍ପାନୀମୁଖ୍ୟ ପରିଚାଳକ ସୁରେନ୍ଦ୍ର କୁମାର ସାହୁ । ସରିତା ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ଉକ୍ତ କାର୍ଯ୍ୟକ୍ରମ କୁ ହାମ୍ସ ସମ୍ପାଦକ ବିଜୟ କୁମାର ମହାପାତ୍ର ସୂଚାରୁ ରୂପେ ପରିଚାଳନା କରି ଥିଲେ । ମଣ୍ଡିଆ ନିର୍ମିତ ବିଶ୍କୁଟ ,ସୁପ ,ମିକ୍ସଚର ,ଚପ ,ବରା ,ମସଲା ବରା ,ଦହି ବରା ,ମୁଡ଼କି ,ଲଡୁ ନିର୍ମିକ ବ୍ୟଞ୍ଜନ କୁ ଆସିଥିବା ଅତିଥିମାନେ ଖାଇବା ସହିତ ନିଜ ନିଜ ଘରକୁ କ୍ରୟ କରି ନେଇଥିଲା । ବାହାର ଫାଷ୍ଟଫଉଦ ,ମୃଦ୍ୟୁ ପାନୀୟ ଜଳ ସେବନ ନ କରି ମଣ୍ଡିଆ ନିର୍ମିତ ଖାଦ୍ଯ ପଦାର୍ଥ ସେବନ କଲେ ସ୍ବାସ୍ଥ୍ୟ ପାଇଁ ହିତ କରୀ ହୋଇଥାଏ ଉପସ୍ଥଗିତ ଅତିଥି ମାନେ ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୪ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀର ସମସ୍ତ ମହିଳା ମାନେ ଉପସ୍ଥିତ ରହିଥିଲେ । ପୁରୁଷୋତ୍ତମ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସିକ୍ରିଡ଼ା ,ଶିବାନୀ ସ୍ୱୟଂ ସହାୟକ ଗୋଷ୍ଠୀ ସିକ୍ରିଡ଼ା ,ମା ପଞ୍ଚାଳି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନୂଆଗାଁ । ମା ସମଲେଶ୍ବରୀ ସ୍ୱୟଂ ସହାୟକ ଗୋଷ୍ଠୀ ସଭ୍ଯ ମାନେ ସାଧାରଣ ଜନସାଧାରଣ କୃଷକ ବନ୍ଧୁ ଗଣ ହାମ୍ସ ର ସମସ୍ତ କର୍ମକର୍ତା ଉପସ୍ଥିତ ରହିଥିଲେ । ସଭା ଶେଷରେ ବ୍ଲକ ସଂଯୋଜିକ ସୁନିତା ଦାସ ଗୁପ୍ତା ସମସ୍ତ ଉପସ୍ଥିତ ଅଧିକାରୀ ଙ୍କୁ ଧନ୍ୟବାଦ ଦେଇ ସଭା ସାନ କରାଯାଇଥିଲା ।
