ନୂତନ ଜିଲ୍ଲାପାଳଙ୍କ ଅଚାନକ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ ଓ ସମୀକ୍ଷା

ନୟାଗଡ଼ର ନୂତନ ଜିଲ୍ଲାପାଳ ସ୍ବଧା ଦେବ ସିଂ ଆଜି ଅପରାହ୍ନରେ ହଠାତ୍ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ପରିଦର୍ଶନ ସହ ସମୀକ୍ଷା କରିଥିଲେ । ଆମ ହସ୍ପିଟାଲ ଯୋଜନାରେ ଚାଲିଥିବା ସମସ୍ତ କାର୍ଯ୍ୟକ ଯଥା ଶୀଘ୍ର ଶେଷ କରିବା ପାଇଁ ପରାମର୍ଶ ଦେଇଥିଲେ । ଏଥି ସହିତ ଏମ୍ ସିଏଚ୍ ବିଲ୍‌ଡିଂ ଲେବର ରୁମ ବୁଲି ଦେଖିଥିଲେ ।

୧୦୦ ଶଯ୍ୟା ବିଶିଷ୍ଟ ନୂତନ ଗୃହକୁ ଯାଇ ମେଡ଼ିଶିନ୍ ୱାର୍ଡ଼, ସର୍ଜରୀ ୱାର୍ଡ଼ ପରିଦର୍ଶନ କରିବା ସହ ଏହାର ସମୀକ୍ଷା କରିଥିଲେ । ଜିଲ୍ଲାପାଳ ବ୍ଲଡ଼ ବ୍ୟାଙ୍କ, ଏନ ଆରସି ଓ ଡିଡିସି ଗୃହ ଦେଖି ଥିଲେ । ତାକ୍ତରଖାନା ଭିତରେ ଥିବା ଗାଡ଼ି ପାର୍କିଂ ସ୍ଥାନ , ହେଲ୍ପ ଡେସ୍କ ପରିଦର୍ଶନ କରିଥିଲେ ।

ଡାକ୍ତରଖାନାରେ ଡାକ୍ତର ସମସ୍ୟା କଣ ରହିଛି ଏହା ଉପରେ ଆଲୋଚନା କରିଥିଲେ । ଏହି ସମୀକ୍ଷା କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମେତ ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ନୟାଗଡ଼ରୁ ଜିତୁନ ମହାପାତ୍ରଙ୍କ ରିପୋଟ ନୟାଗଡ଼ ଟୁଡ଼େ

You might also like