Skip to content

ନୟାଗଡ଼ମଣ୍ଡଳ ସ୍ତରୀୟ35ତମ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ବାମନ ଅବକାଶ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ରେ ଉଦଯାପିତ

ନୟାଗଡ଼ ବ୍ଲକ ବାମନ ଅବକାଶ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସୋମବାର ଅପରାହ୍ନ3ଟା ସମୟ ରେ ବ୍ଲକସ୍ତରୀୟ 35ତମ ମଣ୍ଡଳସ୍ତରୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନଉଦ୍‌ଯାପନୀ ଉତ୍ସବପାଳିତ ହୋଇଛି ମୁଖ୍ୟ ଅତିଥ ଭାବେ ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ ଯୋଗଦେଇନିଜର ବକ୍ତବ୍ୟ ମାଧ୍ୟମ ରେ ପ୍ରତ୍ୟକ ପିଲାଙ୍କ ମଧ୍ୟ ରେ ବୈଜ୍ଞାନିକ ପ୍ରତିଭା ଲୁଚି ରହିଛି, ବାରମ୍ବାର ପ୍ରଶ୍ନ ପଚାରିବାର ଜିଂଜ୍ଞାସା ବୈଜ୍ଞାନିକ ସୃଷ୍ଟି କରିବା ଲକ୍ଷଣ,ତେଣୁ ସେ ସବୁ ଲୁକ୍କାୟିତ ପ୍ରତିଭା କୁ ଉଜୀବିତ କରିବାକୁ ମା, ବାପା ଶିକ୍ଷକ ଶିକ୍ଷୟତ୍ରୀ ମାନେ ପିଲା ମାନଂକୁ ସୁଯୋଗ ଦେଲେ ସେମାନଙ୍କ ମଧ୍ୟରେ ସୁଯୋଗ ସୃଷ୍ଟି କରି ପାରିଲେ ସେମାନେ ନିଶ୍ଚିତ ଭାବେ ଭବିଷ୍ୟତ ରେ ଜଣେ ଜଣେ ବୈଜ୍ଞାନିକ ହୋଇ ପାରିବେ, ଏଣୁ ଆଜିର ଜିଂଜ୍ଞାସୁ ଶିଶୁ ଆସନ୍ତା କାଲିର ଜଣେ ବୈଜ୍ଞାନିକ ବୋଲି ବିଧାୟକ ଡ଼ ଅରୁଣ କୁମାର ସାହୁ ମତ ଦେଇ ଥିବା ବେଳେ ଏସହ ଛାତ୍ରୀଛାତ୍ରମାନଙ୍କୁ ବିଜ୍ଞାନମାନସ୍କ ହେବାକୁ ଆହ୍ୱାନ ଦେଇଥିଲେ।

ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଓ ଜାତୀୟ ଶିକ୍ଷା ଗବେଷଣା ପ୍ରତିଷ୍ଠାନର ମିଳିତ ଆନୁକୂଲ୍ୟରେ ନୟାଗଡ଼ ମଣ୍ଡଳ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ବାର୍ ବୈଜ୍ଞାନିକ ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ପରିବେଶ ଅନୁକୂଳ ଉନ୍ନତ ଭବିଷ୍ୟତ ପାଇଁ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା
ବିଜ୍ଞାନମେଳାରେ ଅତିଥିଙ୍କଠାରୁ ଜଣେ ଛାତ୍ର ପୁରସ୍କାର ଗ୍ରହଣ କରୁଛନ୍ତି।
ବିଷୟ ଉପରେ ବିଭିନ୍ନ ପ୍ରକଳ୍ପ ସ୍ଥାଳିତ ହୋଇଥିଲା। ନୟାଗଡ଼ ମଣ୍ଡଳ ଶିକ୍ଷା କାର୍ଯ୍ୟାଳୟ ଅଧୀନ ବିଭିନ୍ନ ବିଦ୍ୟାଳୟରୁ 161 ଟି ପ୍ରକଳ୍ପ ସ୍ଥାନିତ ହୋଇଥିବା ସୂଚନା ମିଳିଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ!ସମ୍ମାନିତ ଅତିଥ୍ୟ ଭାବେ ଶ୍ରୀମତୀ ସ୍ବପ୍ନାରାଣୀ ସେଠୀ ସରପଞ୍ଚ, ଇଟାମାଟି ଗ୍ରାମ ପଞ୍ଚାୟତ ମଣ୍ଡଳଶିକ୍ଷାଅଧିକାରୀନୟାଗଡ଼ପରିଶ୍ଚଳନା ସଂପାଦକ ଶ୍ରୀଯୁକ୍ତ ପ୍ରସନ୍ନ କୁମାରମହାପାତ୍ରପ୍ରଧାନଶିକ୍ଷକବାମନଅବକାଶସରକରୀଉଚ୍ଚବିଦ୍ୟାଳୟ, ଇଟାମାଟିସଭାମୁଖ୍ଯ ଶ୍ରୀଯୁକ୍ତ ଉମାକାନ୍ତ ସେଠୀ ବ୍ଲକ ଶିକ୍ଷା ଅଧୂକାରୀ, ଧନେଶ୍ଵର ସେଠୀ, ସଞ୍ଜୟ କୁମାର ମଳିକ ନିରଂଜନ ନାୟକ ସମସ୍ତ ଅତିରିକ୍ତ ଅଧିକାରୀ ଉକ୍ତ ସଭା ରେ ଯୋଗ ଦେଇଥିଲେ

Ad 1