ନୟାଗଡ଼ ଜିଲ୍ଲା ସଦରମହକୁମା ଠାରେ ସି.ପି.ଆଇ. ( ଏମ୍) ର ବରିଷ୍ଠ ନେତା ବିଶ୍ୱନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଦଳ ପକ୍ଷରୁ କେରଳ ସଙ୍ଗୀତ ଦିବସ ପାଳନ କରାଯାଇଛି । ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ କୁହାଯାଇଛି ଯେ କେନ୍ଦ୍ର ବିଜେପି ସରକାର ଜାଣିଶୁଣି କେରଳ ରାଜ୍ୟର ପ୍ରଗତିଶୀଳ ବାମପନ୍ଥୀ ସରକାରକୁ ଆର୍ଥିକ ସଙ୍କଟ ଭିତରକୁ ଠେଲିବା ପାଇଁ ନାନାପ୍ରକାର ଆର୍ଥିକ କଟକଣା ଲାଗୁ କରୁଛନ୍ତି । ଏହା ଭାରତର ସଙ୍ଘୀୟ ଗଣତନ୍ତ୍ର ଉପରେ କୁଠାରାଘାତ କରିଛି ଏବଂ ରାଜ୍ୟ-କେନ୍ଦ୍ର ସମ୍ପର୍କରେ ତିକ୍ତତା ବୃଦ୍ଧି କରୁଛି ।
କେରଳ ରାଜ୍ୟର ପ୍ରଗତିଶୀଳ ପଦକ୍ଷେପକୁ ରୋକ୍ କରିବା ପାଇଁ କେନ୍ଦ୍ରୀୟ ପ୍ରତିନିଧି ରାଜ୍ୟପାଳଙ୍କୁ ହତିଆର ଭାବ ବ୍ୟବହାର କରୁଛନ୍ତି । ଏହାର ପ୍ରତିବାଦରେ ପ୍ରତିନିଧିମାନେ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟ ରେ ସ୍ମାରକ ପତ୍ର ଜିଲ୍ଲାପାଳ ସ୍ୱଧା ଦେବ ସିଂହ ଙ୍କ ଜରିଆରେ ଅର୍ପଣ କରିଥିଲେ । ଏହି ବିକ୍ଷୋଭରେ ପାର୍ଟିର ନେତୃତ୍ଵ ସୁରେଶ ସ୍ୱାଇଁ, ଏସ୍.ଏ. କରିମ୍ , କୁଳମଣି ପୃଷ୍ଟି ଜ୍ୟୋତି ପ୍ରଭା ଜେନା, ନିରଞ୍ଜନ ସାହୁ, ବିଭୁତି ପଟ୍ଟନାୟକ ପ୍ରମୁଖ ଯୋଗଦାନ କରିଥିଲେ । ନୟାଗଡ଼ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ ।