ସୋମବାର ନୟାଗଡ଼ ଜିଲ୍ଲା ଗସ୍ତ ରେ ଆସୁଛନ୍ତି ଓଡିଶା ରାଜ୍ୟ ପାଳ ରଘୁବର ଦାସ, ଏନେଇ ଜିଲ୍ଲା ପ୍ରଶାସନପକ୍ଷରୁ ସୂଚନା ଦିଆ ଯାଇଛି, ରାଜ୍ୟପାଳ ସକାଳ 10ଟା 30ସମୟ ରେ ନୟାଗଡ଼ ସର୍କିଟ ହାଉସ ଠାରେ ପହଁଚିବେ, ନୟାଗଡ଼ ଜିଲ୍ଲା ର ବିଭିର୍ନ ସ୍ଥାନ କୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ, ପ୍ରଥମେ ରାଜ୍ୟ ପାଳ ବ୍ଳକ ଲେଙ୍କୁଡ଼ି ପଡା ଅଙ୍ଗନବାଡି କେନ୍ଦ୍ର କୁ ଯାଇ ଛାତ୍ର ଛାତ୍ରି ଓ ଅଭିଭାବକ ସହ ଆଲୋଚନା କରିବେ, ଏହା ପରେ ମାଛିପଡ଼ା 5ଟି ସ୍କୁଲ ଅନୁଧ୍ୟାନ କରିବା ସହ ଶିକ୍ଷକ ଓ ଛାତ୍ରଛାତ୍ରୀ ଙ୍କ ସହିତ ଆଲୋଚନା କରିବେ, ନୟାଗଡ଼ ବ୍ଳକ ଶଙ୍ଖେଇ ଗସ୍ତ କରି ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି, ରଣପୁର ବ୍ଳକ ଦର୍ପନାରାୟଣ ପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିବା ସହ ଡାକ୍ତର ଓ ରୋଗୀ ଙ୍କ ସହ ଆଲୋଚନା କରିବେ,
ଜିଲ୍ଲା ପରିଷଦ ସୃଜନ ଗୃହ ରେ ରାଜ୍ୟପାଳ 150ଜଣ ଏସଏଜି ମହିଳାଙ୍କ ସହ ଆଲୋଚନା କରିବାର ବ୍ୟବସ୍ଥା ହୋଇଛି, ଓଡ଼ଗାଁ ବ୍ଳକ ନନ୍ଦିଘୋର ଗ୍ରାମ ରେ 250ଜଣ ଚାଷୀଙ୍କୁ ରାଜ୍ୟ ପାଳ ଭେଟି ସେମାନଙ୍କ ସମସ୍ୟା, ଓ ସୁବିଧା ସମ୍ପର୍କ ରେ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି, ଏଥି ସହିତ ଶରଣକୂଳ ଠାରେ ଅବସ୍ଥିତ ଲଡ଼ୁବାବା ଓ ଓଡ଼ଗାଁ ରେ ଅବସ୍ଥିତ ରଘୁନାଥ ଜୀଉ ଙ୍କ ଦର୍ଶନ କରିବା ପାଇଁ ଯୋଜନା ରହିଥିବା ଜଣାପଡିଛି, ଏନେଇ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି