Skip to content

ନୟାଗଡ଼ ଏମଭିଆଇଙ୍କର ୨୭ଟି ପ୍ଲଟ ଠାବ, ୧୦ବେନାମୀ ପ୍ଲଟ,୪ ବେନାମୀ ଗାଡ଼ି

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ପକ୍ଷରୁ ନୟାଗଡ ଜିଲ୍ଲା ମୋଟର ଯାନ ନିରୀକ୍ଷକ (MVI) ପଞ୍ଚାନନ ବେହେରାଙ୍କ ଘର ସମେତ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ କରାଯାଇଛି । ଏହି ଚଢ଼ାଉ ବେଳେ ତାଙ୍କର କେବଳ ଭୁବନେଶ୍ୱରରେ ୨୭ଟି ପ୍ଲଟ ଠାବ କରାଯାଇଛି । ଏହି ୨୭ଟି ପ୍ଲଟ ମଧ୍ୟରୁ ୧୦ଟି ବେନାମୀ । ସେହିଭଳି ୪ଟି ୪ ଚକିଆ ଗାଡି ଠାବ କରାଯାଇଥିବା ବେଳେ ସେଗୁଡିକ ବି ବେନାମୀ । ଏହି ୪ ଚକିଆ ଗାଡିଗୁଡିକ ମଧ୍ୟରେ ରହିଛି ମାରୁତି ସୁଜୁକି,ଫୋର୍ଡ ଫିଗୋ ଓ ଏକ ଅଶୋକ ଲେଲ୍ୟାଣ୍ଡ ପିକ୍-ଅପ୍ । ଭୁବନେଶ୍ୱର ଶୈଳଶ୍ରୀ ବିହାରରେ ଏମଭିଆଇ ପଞ୍ଚାନନ ବେହେରାଙ୍କର ଏକ ଦୁଇ ମହଲା କୋଠା ଅଛି । ୩୦୦୦ ବର୍ଗଫୁଟରେ ଏହି ଘରଟି ହୋଇଛି । ସେହିପରି ଭୁବନେଶ୍ଵରର ପ୍ରାଣ୍ଡ୍ରାର ସତ୍ୟ ବିହାରରେ ତାଙ୍କର ଏକ ମହଲା ବିଶିଷ୍ଟ ଏକ ଘର ଅଛି, ଯାହା ୨୪୦୦ ବର୍ଗଫୁଟ ଜାଗାରେ ନିର୍ମିତ ହୋଇଛି ।

ଏହା ସହିତ ବ୍ୟାଙ୍କ, ପୋଷ୍ଟାଲ୍,ବୀମା ଓ ଅନ୍ୟାନ୍ୟ ଜମା ଠାବ କରାଯାଇଛି । ତେବେ ଏଗୁଡ଼ିକର ପରିମାଣକେତେ, ସେ ନେଇ ଭିଜିଲାନ୍ସ ପକ୍ଷରୁ କିଛି କୁହାଯାଇନାହିଁ । ଠାବ ହୋଇଥିବା ଏହି ସବୁ ପ୍ଲଟ ଓ ଘରଗୁଡିକର ମୂଲ୍ୟ ଜଣାପଡିନାହିଁ । ଭିଜିଲାନ୍ସର ବୈଷୟିକ ଟିମ୍ ଏ ସବୁର ମାପଚୁପ ଓ ମୂଲ୍ୟାୟନ କରୁଛି । ଭିଜିଲାନ୍ସ ଟିମର ଚଢ଼ାଉ ଓ ଖୋଡ଼ତାଳ ଜାରି ରହିଛି । ଆଜିର ଏହି ଚଢ଼ାଉରେ ଭିଜିଲାନ୍ସର ୬ଜଣ ଡିଏସପି, ୩ ଜଣ ଇନ୍ସପେକ୍ଟର ୮ ଜଣ ଏଏସଆଇ ଓ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି ।ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ

Ad 1