ନୟାଗଡ଼ ଜିଲ୍ଲା ସଦର ବ୍ଲକର ମୁଥା ଗାଡ଼ିଆ କଲ୍ୟାଣ ମଣ୍ଡପ ଠାରେ ଏ .ଡ଼ି.ଇ.ଓ ସଂଘ ନୟାଗଡ଼ ଜିଲ୍ଲାର କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ବାଦଲ କୁମାର ଷଡ଼ଙ୍ଗୀଙ୍କ ତତ୍ବାବଧାନରେ ଅନୁଷ୍ଠିତ ବୈଠକରେ ସଂଘର ପରିଚାଳନା ପାଇଁ ନୂତନ କମିଟି ଗଠନ ହୋଇଛି । ସଭାପତି ରୁପେ ଓଡ଼ଗାଁ ବ୍ଲକର ଜିତେନ୍ଦ୍ର କୁମାର ପୃଷ୍ଟି ଓ ସମ୍ପାଦକ ରୂପେ ପୂର୍ଣ୍ଣଚନ୍ଦ୍ର ମହାନ୍ତି ଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଛି ।

ସଂଘର ସୁପରିଚାଳନା ପାଇଁ ଉପଦେଷ୍ଟା ଭାବେ ବାଦଲ କୁମାର ଷଡ଼ଙ୍ଗୀ, ସରୋଜ କାନ୍ତ ରଥ, ରବିନ୍ଦ୍ର କୁମାର ସ୍ଵାଇଁ, ଅବିନାଶ ନାୟକ, ରଶ୍ମିତା ପଣ୍ଡା, ରଶ୍ମି ରେଖା ସାହୁ, ବବିତାବସନ୍ତରା ଓ କୋଷାଧ୍ୟକ୍ଷ ଭାବେ ରଣପୁର ବ୍ଲକର ନିରଞ୍ଜନ ମିଶ୍ରଙ୍କୁ ମନୋନୀତ କରାଯାଇଛି । ଆଗାମୀ ଦିନରେ ସଂଘର ସମସ୍ତ କାର୍ଯ୍ୟକ୍ରମକୁ ସମସ୍ତ ସଭ୍ୟଙ୍କ ମତାମତକୁ ଗ୍ରହଣ କରି ଶୃଙ୍ଖଳିତଭାବରେ ପରିଚାଳନା କରିବା ପାଇଁ ସଂଘର ସଭାପତି ଜିତେନ୍ଦ୍ର କୁମାର ପୃଷ୍ଟି ମତାମତ ରଖିଥିଲେ । ପରିଶେଷରେ ରଣପୁର ବ୍ଲକ ସଭାପତି ପୂର୍ଣ୍ଣ ଚନ୍ଦ୍ର ସାହୁ ଉପସ୍ଥିତ ସମସ୍ତ ସଭ୍ୟ ସଭ୍ୟାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।