Skip to content

ନୟାଗଡ଼ ଜିଲ୍ଲା ଚତୃର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ରେ 4547 ଟି ମାମଲା ଫଇସଲା

ଜାତୀୟ ଆଇନ ସେବା ପ୍ରାଧିକରଣ ଙ୍କ ନିର୍ଦେଶ କ୍ରମେ ନୟାଗଡ଼ ଜିଲ୍ଲା ର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସର ରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି, ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଚଳିତ ବର୍ଷ ର ଚତୃର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି, ନୟାଗଡ଼ ଜିଲ୍ଲା ର ଉକ୍ତ ଲୋକ ଅଦାଲତ ରେ 5ଟି ମୋଟର ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ କ୍ଷତି ପୂରଣ ବାବାଦ କୁ 39,40,000ଟଙ୍କା ପ୍ରଦାନ କରିବା ପାଇଁ ବୀମା କମ୍ପାନୀ ମାନଙ୍କୁ ନିର୍ଦେଶ ଦିଆଯାଇଥିଲା, ସେହିପରି 146ଦେୱାନୀ ମାମଲା ଫଇସଲା କରାଯାଇଥିଲା, ଏନ. ଆଇ. ଆକ୍ଟ କେଶ 17ଟି ଫଇସଲାକରାଯାଇ 1512405ଟଙ୍କା ଆଦାୟ କରାଯାଇଥିଲା, ଓ ବିବାହ ଜନିତ 16ଟି ମାମଲା ଫଇସଲା କରାଯାଇଥିଲା, ଅନ୍ୟାନ୍ୟ ଫୌଜଦାରି 245ଟି ମାମଲା ଫଇସଲା କରାଯାଇଥିଲା, ବ୍ୟାଙ୍କ ରୁ ଋଣ ନେଇ ଋଣ ପରିଶୋଧ କରି ନଥିବା 109ଜଣ ଋଣ ଗ୍ରହୀତା ଙ୍କ ଠାରୁ 3623621ଟଙ୍କା ଦେବା ପାଇଁ ରାଜିନାମା ସ୍ଵାକ୍ଷରିତ ହୋଇଥିଲା, ସେହିପରି 4076ଟି ରାଜସ୍ୱ ମାମଲା ଫଇସଲା କରାଯାଇ 920844ଟଙ୍କା ଆଦାୟ କରାଯାଇଥିଲା ଓ ଅନ୍ୟାନ୍ୟ ଦେୱାନୀ 79ଟି ମାମଲା ଫଇସଲା ହୋଇଥିଲା, ଏହି ଲୋକ ଅଦାଲତ ରେ ଜିଲ୍ଲା ଓ ଦୌରାଜଜ ଶ୍ରୀଯୁକ୍ତ ଆନନ୍ଦ ନାରାୟଣ ମହାରଣା, ପରିବାର ଅଦାଲତ ବିଚାରପତି ଶ୍ରୀ ସୁବ୍ରତ କୁମାର ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଶ୍ରୀମତୀ ରିଜା ରାୟ, ବରିଷ୍ଠ ଦେୱାନୀ ଅଦାଲତ ବିଚାରପତି ଶ୍ରୀ ସତ୍ୟ ବ୍ରତ ରଣା, ବରିଷ୍ଠ ଦେୱାନୀ ଅଦାଲତ ବିଚାରପତି (ଏଲ. ଆର. ଆଣ୍ଡ. ଏଲ. ଟିଭି )ଶ୍ରୀ ରବି ନାରାୟଣ ବେହେରା, ଉପଖଣ୍ଡ ଫୌଜଦାରୀ ବିଚାରପତି ସୋନାଲି ସରିତା ଉପସ୍ଥିତ ରହି ନିଜ ନିଜ ଅଦାଲତ ପରିଚାଳନା କରିଥିବା ବେଳେ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତୀ ସୃତି ସ୍ନିଗ୍ଧା ଦାସ, ଜିଲ୍ଲା ଆଇନ ସେଵା ପ୍ରାଧି କରଣ ସଚିବ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡ, ବରିଷ୍ଠ ଦେୱାନୀ ବିଚାରପତି ତଥାସହକାରୀ ଦୌରା ଜଜ (ମହିଳା ଅଦାଲତ )ସ୍ୱୟଂ ପ୍ରଭା ଆଚାର୍ଯ୍ୟ, ଓ ସିଭିଲ କୋଟ ରେଜିଷ୍ଟlର ଡ଼ଃ ନିଶାକର ସାହୁ ପ୍ରମୁଖ ଉପସ୍ଥିତ ଥିଲେ, ଏହି ଲୋକ ଅଦାଲତ କୁ ସଫଳ କରିବା ପାଇଁ ସମସ୍ତ ନ୍ୟାୟ ଅଧିକାର ମିତ୍ର, ଅଧିବକ୍ତା ଦଣ୍ଡ ପାଣି ସ୍ୱାଇଁ, ରମେଶ ଚନ୍ଦ୍ର ମହାରଣା, କାମାକ୍ଷା ପ୍ରସାଦ ଦାସ, ସଦସ୍ୟ ଓମର ମଲ୍ଲିକ, ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର କର୍ମଚାରୀ ସହଯୋଗ କରିଥିଲେ

Ad 1