Skip to content

ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନର ସାଧାରଣ ପରିଷଦ ବୈଠକ

ନୟାଗଡ଼,୧୭/୪: ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନର ସାଧାରଣ ପରିଷଦ ବୈଠକ ଆଜି ପୂର୍ବାହ୍ନରେ ନୟାଗଡ଼ କେସି କ୍ଲବ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଆସୋସିଏସନ ଉପ ସଭାପତି ବାଲାରସେନ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ଚେସ କମିଟିର କାର୍ଯ୍ୟକାଳ ଶେଷ ହୋଇ ଯାଇଥିବାରୁ ନୂତନ କମିଟି ଗଠନ କରିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା। ଏଣୁ ଆସନ୍ତା ୨୭ ତାରିଖ ରବିବାର ଦିନ ନିର୍ବାଚନ କରାଯିବାକୁ ବୈଠକରେ ସ୍ଥିର ହୋଇଥିଲା। ଅନ୍ୟପକ୍ଷରେ ଆସନ୍ତା ବର୍ଷ ଜିଲ୍ଲା ସଂଘରେ ଅଧିକ ନୂତନ ସଦସ୍ୟ ଗ୍ରହଣ କରିବା ତଥା ରାଜ୍ୟ ଚେସ ଆସୋସିଏସନର ମିଳିତ ସହଯୋଗରେ ରାଜ୍ୟସ୍ତରୀୟ ଓପନ ଚେସ ଟୁର୍ଣ୍ଣାମେଣ୍ଟ, ଜିଲ୍ଲାସ୍ତରୀୟ ଓପନ ଚେସ ଟୁର୍ଣ୍ଣାମେଣ୍ଟ, ଆନ୍ତଃ ବିଦ୍ୟାଳୟସ୍ତରୀୟ ଟୁର୍ଣ୍ଣାମେଣ୍ଟ, ଚେସ ପ୍ରଶିକ୍ଷଣ ଆଦି କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଜିଲ୍ଲା ଚେସ ଆସୋସିଏସନ ସମ୍ପାଦକ ରିତେଶ ରଥ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ନିର୍ବାଚିତ ହୋଇଥିବାରୁ ତାଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଆଜିର ଏହି ବୈଠକରେ ସଂଘ ପକ୍ଷରୁ ସମ୍ପାଦକ ରିତେଶ ରଥ, କୋଷାଧକ୍ଷ ତାରୁନ ଖାଁ, କେସି କ୍ଳବ ସଭାପତି ଭାଗିରଥି ଦାସ, ଅଜିତ କୁମାର ମିଶ୍ର, ଉମାକାନ୍ତ ମିଶ୍ର, ଲକ୍ଷ୍ମୀଧର ସାହୁ, ଜଗମୋହନ ଷଡ଼ଙ୍ଗୀ,ପ୍ରକାଶ ମହାପାତ୍ର, ଧିରେନ ପ୍ରଧାନ, ସଞ୍ଜୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Ad 1