ନୟାଗଡ଼ ଜିଲ୍ଲା ପୁଲିସ ପକ୍ଷରୁ ଚାଲିଛି ସ୍ଵତନ୍ତ୍ର ଏନଫୋର୍ସମେଣ୍ଟ । ଗତ ୪ ଦିନ ଭିତରେ ନୟାଗଡ଼ ପୁଲିସକୁ ମିଳିଛି ବଡ଼ ସଫଳତା । ଗତ ୧୨ ତାରିଖରୁ ୧୬ ତାରିଖ ମଧ୍ୟରେ ୧୬୨ ଜଣ ୱାରେଣ୍ଟିଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏଥି ସହିତ ଅବକାରୀ ମାମଲାରେ ୮୭ ଗୋଟି ମାମଲା ରୁଜୁ ହୋଇଛି । ଏଥିରେ ୮୭ଜଣ ସମ୍ପୃକ୍ତ ଥିଲେ । ୬୫୦ ଲିଟର ଦେଶୀ ମଦ ସହ ୫୦ ଲିଟର ବିଦେଶୀ ମଦ ଧରିବାରେ ନୟାଗଡ଼ ପୁଲିସ ସଫଳତା ଲାଭକରିଛି ।
ଏଥି ସହିତ ୧୦ କେଜି ଗଞ୍ଜେଇ ସିଜ୍ କରିବା ସହ ଦୁଇଟି ଗୋଟି ମାମଲା ରୁଜୁ କରି ଜଣଙ୍କୁ ଗିରଫ କରିଛି ଓ ତାଙ୍କ ଠାରୁ ମାରଣାସ୍ତ୍ର ଜବତ କରାଯାଇଛି । ୬୫୯ ବ୍ୟକ୍ତିଙ୍କ ନାମରେ ବିଭିନ୍ନ ସିଆରପିସି ମାମଲା ରୁଜୁ କରାଯାଇଛି । ଏଥି ସହିତ ସ୍ୱତନ୍ତ୍ର ଡ୍ରାଇଭର କୁ ଆହୁରି ଶକ୍ତିଶାଳୀ କରିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ନୟାଗଡ଼ ପୁଲିସ ପକ୍ଷରୁ ଆରମ୍ଭ କରାଯାଇଛି । ଏନେଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି । ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ