ନୟାଗଡ଼ ଜିଲ୍ଲା ପୋଲିସ ପକ୍ଷରୁ ବଡ଼ ଧରଣର ଚଢ଼ଉ l ନୟାଗଡ଼ ଜିଲ୍ଲାର ନୟାଗଡ଼ ଜିଲ୍ଲା ମୁଖ୍ୟ ଜେଲ ସମେତ ଜିଲ୍ଲାର ରଣପୁର, ଦଶପଲ୍ଲା, ଖଣ୍ଡପଡା ସବ ଜେଲରେ ଭୋର ସମୟରୁ ଚଢ଼ଉ ଜାରୀ ରଖିଛି l ଜେଲ ଭିତରେ ବେଆଇନ କାର୍ଯ୍ୟ ଚାଲୁଥିବା ନେଇ ସୂଚନା ମିଳିବା ପରେ ନୟାଗଡ଼ SP ରାହୁଲ ଜୈନଙ୍କ ନିର୍ଦେଶ କ୍ରମେ ଏହି ଚଢ଼ଉ ଜାରୀ ରହିଛି l

ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ,ସ୍ଥାନୀୟ ପୋଲିସ ଏବଂ ମ୍ୟାଜିଷ୍ଟ୍ରେଟଙ୍କୁ ନେଇ ଏହି ଚଢ଼ଉ ଜାରୀ ରହିଛି l ନୟାଗଡ଼ ଜେଲ ଭିତରେ ପୁଳା ପୁଳା ଗୁଟକା ଦେଖି ପୋଲିସ ତାଜୁବ l ଜେଲ ଅନ୍ତେବାସୀଙ୍କ ଠାରୁ ପ୍ରାୟ 15ହଜାର ଟଙ୍କା ମଧ୍ୟ ଜବତ ହୋଇଛି lବିଡ଼ି, ସିଗାରେଟ, ଖଇନି ଓ ଦିଆସିଲି ବହୁମାତ୍ରାରେ ଜବତ କରାଯାଇଛି l ଜେଲ ଭିତରେ ଏ ସବୁ ଅନୁମତି ନଥିବା ସତ୍ୱେ ଭିତରକୁ ଏତେ ଗୁଟକା କେମିତି ଆସିଲା ତାକୁ ନେଇ ପ୍ରଶ୍ନ ଉଠିଛି l ଜେଲ କର୍ତୃପକ୍ଷଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l