ନୟାଗଡ଼ ଜିଲ୍ଲା ଫଟୋ ଗ୍ରାଫର ମାନଙ୍କୁ ନେଇ ବନ୍ଧୁ ମିଳନ କାର୍ଯ୍ୟକ୍ରମ
ନୟାଗଡ଼ ଜିଲ୍ଲା ର ସମସ୍ତ ଅଭିଜ୍ଞ ଫଟୋ ଗ୍ରାଫର ମାନଙ୍କୁ ନେଇ ମୁକ୍ତାପୁର ଆମ୍ବ ତୋଟା ଠାରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି, ଏହି କାର୍ଯ୍ୟକ୍ରମ ରେ 50ରୁ ଉର୍ଦ୍ଧ ଯୁବ ଓ ଵୟୋଜ୍ୟେଷ୍ଟ ଫଟୋ ଗ୍ରାଫର ଯୋଗ ଦେଇ ଥିଲେ, ସମସ୍ତେ ମିଳିମିଶି ସୁଖଦୁଃଖ ଆଲୋଚନା କରିବା ସହ କବିତାର ଆସର ଜମିଥିଲା,
ନୟାଗଡ଼ ଜିଲ୍ଲା ର ସମସ୍ତ ଫଟୋ ଗ୍ରାଫର କିପରି ନୂତନ ଓ ଉର୍ନତମାନର ଫଟୋଗ୍ରାଫି ଶିକ୍ଷା ଲାଭ କରି ଭଲ ରୋଜଗାର କରିବେ ତା ଉପରେ ଆଲୋକ ପାତ କରାଯାଇଥିଲା, ନୂତନ ପିଢ଼ି ମାନେ ଏହି କଳା କୁ ବଜାୟ ରଖିବା ସହ ଗ୍ରାହକ ମାନଙ୍କୁ ଉତମ ବ୍ୟବହାର କରି ଭଲ ନାମ କମାଇବା ପାଇଁ ଆଲୋଚନା ହୋଇଥିଲା, ନୟାଗଡ଼ ଜିଲ୍ଲା ର ଫୋଟୋ ଗ୍ରାଫର ନିଜ ଜିଲ୍ଲା ରେ ସୁନାମ ଅର୍ଜନ କରିବା ସହ ଜିଲ୍ଲା ବାହାରେ ବି ଭଲ ସୁନାମ କରିବା ପାଇଁ ଆଲୋଚନା ହୋଇଥିଲା, ସମସ୍ତ ଙ୍କୁ ଏକତ୍ରିତ କରିବାରେ ନୟାଗଡ଼ ର ଅସ୍ତରାଗ ସ୍ତୁଡ଼ିଓ ର ବୀରେନ୍ଦ୍ର ଦାସ, ଓ ସୋନି ସ୍ତୁଡ଼ିଓ ର ମାନବ କିଶୋର ରାୟ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ